ନୂଆଦିଲ୍ଲୀ: ବିଭିନ୍ନ ଦେଶରେ, ବିଶେଷ କରି ଚୀନରେ ପୁଣି ଥର କରୋନା ଭାଇରସ୍ ତା’ର କାୟା ବିସ୍ତାର କରିଥିବା ବେଳେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ଦେଶବ୍ୟାପୀ ମକ୍ ଡ୍ରିଲ୍ କରାଯାଉଛି। ଏହି ମକ୍ ଡ୍ରିଲ୍ ସମୟରେ ଦେଶର ସବୁ ସ୍ବାସ୍ଥ୍ୟାନୁଷ୍ଠାନମାନେ ନିଜ ନିଜର ମାନବ ସମ୍ବଳ ସ୍ଥିତି, ମହଜୁଦ ଔଷଧ, ପରୀକ୍ଷା କିଟ୍, ରିଏଜେଣ୍ଟ ସ୍ଥିତି, ଶଯ୍ୟା, ଅକ୍ସିଜେନ୍ ପ୍ଲାଣ୍ଟ, ଭେଣ୍ଟିଲେଟର ଆଦି ସଂପର୍କରେ ସୂଚନା ପ୍ରଦାନ କରିବାକୁ ପ୍ରସ୍ତୁତ ରହିଛନ୍ତି।
ଏହି ମକ୍ ଡ୍ରିଲ୍ ସମୟରେ ତାମିଲ୍ନାଡୁର ଏକ ଫଟୋ ସାମ୍ନାକୁ ଆସିଛି। ରାଜ୍ୟର ସ୍ବାସ୍ଥ୍ୟ ମନ୍ତ୍ରୀ ଏମ୍ଏ ଶୁଭ୍ରମଣ୍ୟମ୍ ଚେନ୍ନାଇର ରାଜୀବ ଗାନ୍ଧୀ ସରକାରୀ ହସ୍ପିଟାଲ୍ ବୁଲି ସବୁ କିଛି ଟିକ୍ନିକ୍ ତଦାରଖ କରୁଥିବା ଦେଖିବାକୁ ମିଳିଛି।
Tamil Nadu Health Minister Ma Subramanian visits Rajiv Gandhi Government Hospital in Chennai to review Covid Mock drill. pic.twitter.com/HEEduI7l38
— ANI (@ANI) December 27, 2022
ସେହିପରି ଆମ ରାଜ୍ୟ ଓଡ଼ିଶାରେ ବି ଏହି ମକ୍ ଡ୍ରିଲ୍ର ଆୟୋଜନ ହୋଇଛି। ଗତ ୨୩ ତାରିଖରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସବୁ ଜିଲ୍ଲାକୁ କୋଭିଡ ପରିଚାଳନା ସଂପର୍କିତ ଚିଠି ଜାରି ହୋଇଥିଲା। ଏଥିରେ କୋଭିଡ ପରୀକ୍ଷାଠାରୁ ଆରମ୍ଭ କରି ଜିନୋମ ସିକ୍ବେନ୍ସିଂ, ଶଯ୍ୟା, ଟିକାକରଣ ଆଦି ସଂପର୍କରେ ସୂଚନା ଦିଆଯାଇଛି। ମକ୍ ଡ୍ରିଲ୍ ପାଇଁ ୨୪ତାରିଖରୁ କୋଭିଡ ଇଣ୍ଡିଆ ପୋର୍ଟାଲରେ ଫର୍ମ ଉପଲବ୍ଧ ହୋଇଛି। ୨୭ତାରିଖ ସଂଧ୍ୟା ପୂର୍ବରୁ ଏହି ଫର୍ମ ପୂରଣ କରି ଅପଲୋଡ କରିବାକୁ ହେବ।