ବେଙ୍ଗାଲୁରୁ: କୋଭିଡ୍-୧୯ ଦ୍ବାରା ସଂକ୍ରମିତ ଲୋକମାନେ ଏବେ ନୂଆ ନୂଆ ଲକ୍ଷଣ ବିଷୟରେ ରିପୋର୍ଟ କରୁଛନ୍ତି, ଯେମିତି କି ଗୋଡ଼ ବିନ୍ଧିବା ଓ ଗଳା କୁଣ୍ଡେଇ ହେବା ଇତ୍ୟାଦି। ଗତ ୨୪ ଘଣ୍ଟାରେ ବେଙ୍ଗାଲୁରୁରେ ୯,୦୨୦ ନୂଆ ମାମଲା ରିପୋର୍ଟ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ୮୫ ପ୍ରତିଶତ ଗୃହ-ସଂଗରୋଧରେ ରହିଛନ୍ତି। ବିବିଏମ୍ପିର ହୋମ୍ ଆଇସୋଲେସନ ସ୍କ୍ବାଡ୍କୁ ଏହି ଲୋକମାନେ ପାଦରେ ଭୀଷଣ ଯନ୍ତ୍ରଣା ହେବା ଅଭିଯୋଗ କରିଛନ୍ତି। ବିବିଏମ୍ପି ତଥ୍ୟ ଅନୁସାରେ, ଜାନୁଆରି ୯ ସୁଦ୍ଧା ୫୮ ଜଣ ସରକାରୀ ମେଡିକାଲ କଲେଜରେ ଏବଂ ୧୦୧ ଜଣ ସରକାରୀ ହସ୍ପିଟାଲଗୁଡ଼ିକରେ ଭର୍ତ୍ତି ହୋଇଛନ୍ତି। ତେବେ ଗୋଡ଼ ଆଙ୍ଗୁଠିଠାରୁ ଆଣ୍ଠୁ ପର୍ଯ୍ୟନ୍ତ କାହିଁକି ବିନ୍ଧା ହେଉଛି, ଡାକ୍ତରମାନେ ଜାଣିପାରୁ ନାହାନ୍ତି। ଏପରି କି ମୃଦୁ ଲକ୍ଷଣ ଥିବା ଲୋକମାନେ ବି ଏପରି ବିନ୍ଧା ହେଉଥିବା ଅଭିଯୋଗ କରୁଛନ୍ତି। ମାତ୍ର ଏଇ କିଛିଦିନ ହେଲା ଏପରି ନୂଆ ଅଭିଯୋଗମାନ ଆସୁଛି। ସଂକ୍ରମଣର ଦିନକ ପରେ ବିନ୍ଧା ଆରମ୍ଭ ହେଉଛି ଓ ତୃତୀୟ ଦିନ କମୁଛି। ଗଳା କୁଣ୍ଡେଇ ହେବା ଲକ୍ଷଣ ଗୋଟିଏ ଦିନ ରହୁଛି।
କୋଭିଡ୍ର ନୂଆ ଲକ୍ଷଣ ଗୋଡ଼ ବିନ୍ଧା ଓ ଗଳା କୁଣ୍ଡେଇହେବା
/sambad/media/post_attachments/wp-content/uploads/2022/01/5f4h65f4s65fsh4sf5h6.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)