ଓମିକ୍ରନ୍‌ ଲହର୍‌ ପରେ ୟୁରୋପରେ କୋଭିଡ୍‌ ମହାମାରୀର ଅବସାନ ଘଟିପାରେ: ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଭୂତାଣୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିବାର ସମ୍ଭାବନା ଥିଲେ ସୁଦ୍ଧା ଏବେ ୟୁରୋପରେ ବ୍ୟାପୁଥିବା ଓମିକ୍ରନ୍‌ ଲହର୍‌ ଶେଷ ହେବା ପରେ ସେ ଅଞ୍ଚଳରେ ମହାମାରୀ ପରିସ୍ଥିତିର ଅବସାନ ଘଟିବ ବୋଲି ‘ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ’ର ୟୁରୋପ୍‌ ନିର୍ଦେଶକ ହାନ୍‌ସ୍‌ କ୍ଲଗ୍‌ କହିଛନ୍ତି।

ସମ୍ବାଦ ସରବରାହ ସଂସ୍ଥାନ ‘ଏଜେନ୍‌ସି ଫ୍ରାନ୍ସ-ପ୍ରେସ୍’ରେ ସାକ୍ଷାତ୍‌କାର ସମୟରେ ହାନ୍‌ସ୍‌ କ୍ଲଗ୍‌ କହିଛନ୍ତି, ମାର୍ଚ ସୁଦ୍ଧା ‘କରୋନାଭାଇରସ୍‌ର ଓମିକ୍ରନ୍‌ ଭେରିଏଣ୍ଟ୍‌’ ୬୦% ୟୁରୋପୀୟଙ୍କୁ ଆକ୍ରାନ୍ତ କରିପାରେ। ଏହି ଅଞ୍ଚଳ ମହାମାରୀର ଏକ ଜାତୀୟ ଅନ୍ତିମ ଅବସ୍ଥା ଆଡ଼କୁ ଗତି କରୁଥିବା ମନେହୁଏ।

Image Courtesy of Al Jazeera

ସେ ଆହୁରି ମଧ୍ୟ କହିଛନ୍ତି, ଚାଲିଥିବା ଓମିକ୍ରନ୍‌ ଦ୍ରୁତ ସଂକ୍ରମଣର ଅବସାନ ଘଟିଲେ କିଛି ସପ୍ତାହ ଅଥବା ମାସ ପାଇଁ ବୈଶ୍ବିକ ଇମ୍ୟୁନିଟି ଆସିଯିବ। ତାହା ଟିକା ଯୋଗୁଁ ହୋଇପାରେ କି, ଲୋକମାନଙ୍କର ସଂକ୍ରମଣ ପ୍ରତିରୋଧକ ଶକ୍ତି ଯୋଗୁଁ ହୋଇପାରେ ବା ସାମୟିକ ସଂକ୍ରମଣ ହାର ହାସ ଯୋଗୁଁ ହୋଇପାରେ।

ଆମର ଆଶା ବର୍ଷ ଶେଷ ଆଡ଼କୁ କୋଭିଡ୍‌-୧୯ର ପ୍ରତ୍ୟାବର୍ତ୍ତନ ପୂର୍ବରୁ କିଛି ଦିନ ସ୍ଥିରତା ଆସିବ। କିନ୍ତୁ, ମହାମାରୀ ଯେ ପୁଣି ଫେରି ଆସିବ ତା’ର କିଛି ମାନେ ନାହିଁ।

ଯୁକ୍ତରାଷ୍ଟ୍ର ଆମେରିକା ସରକାରଙ୍କ ମୁଖ୍ୟ ଡାକ୍ତରୀ ପରାମର୍ଶଦାତା ଡାକ୍ତର ଆନ୍ଥୋନି ଫାଉଚି ଏବଂ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ଆଫ୍ରିକାସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟ ମଧ୍ୟ ଅନୁରୂପ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର