ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ସଂକ୍ରମଣ ବଢ଼ି ଚାଲିଥିବା ବେଳେ ପ୍ରଶାସନ ପାଇଁ ଏବେ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ହୋଇଛି ସଂକ୍ରମିତ ରୋଗୀଙ୍କର ପତ୍ତା ନମିଳିବା। ବେଙ୍ଗାଲୁରୁରେ ୩,୩୩୮ ଜଣ କରୋନା ସଂକ୍ରମିତ ରୋଗୀ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କର ପତ୍ତା ମିଳୁନି। ବେଙ୍ଗାଲୁରୁର ମୋଟ୍ ମାମଲାର ଏହା ୭ ପ୍ରତିଶତ। ପୁଲିସ ସହାୟତାରେ କିଛି ରୋଗୀଙ୍କୁ ଚିହ୍ନଟ କରାଯାଇଛି କିନ୍ତୁ ୩,୩୩୮ ଜଣ କୋଭିଡ୍ ରୋଗୀଙ୍କ ଖୋଜ ଖବର ନାହିଁ। ବିପିଏମ୍ପି କମିସନର ଏନ୍ ମଂଜୁନାଥ ପ୍ରସାଦ କହିଛନ୍ତି, ରିପୋର୍ଟ ଅନୁଯାୟୀ ସେମାନଙ୍କ ମଧ୍ୟରୁ କିଛି ରୋଗୀ ନମୁନା ଦେବା ସମୟରେ ଭୁଲ୍ ମୋବାଇଲ୍ ନମ୍ବର ଏବଂ ଠିକଣା ଦେଇଥିଲେ। କିନ୍ତୁ ରିପୋର୍ଟ ପଜିଟିଭ୍ ଆସିଥିବା ଜାଣିବାପରେ ସେମାନେ ଗାଏବ ହୋଇ ଯାଇଛନ୍ତି। ଖବର ନଥିବା ଏହି ରୋଗୀମାନେ କ୍ବାରାଣ୍ଟିନ୍ରେ ଅଛନ୍ତି କି ଖୋଲାରେ ବୁଲୁଛନ୍ତି ତାହା ଜଣାପଡ଼ିନି।
ବେଙ୍ଗାଲୁରୁ : ୩ ହଜାରରୁ ଅଧିକ ନିଖୋଜ କୋଭିଡ୍ ରୋଗୀଙ୍କ ତଲାସୀ ଜାରି
/sambad/media/post_attachments/wp-content/uploads/2020/07/corona-4-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)