୨୪ଟି ରାଜ୍ୟରେ କମିଛି କରୋନା ସଂକ୍ରମଣ ହାର, ଦେଶରେ ଏବେ ୯୦%ରହିଛି ସୁସ୍ଥତା ହାର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ନୂଆଦିଲ୍ଲୀ: ଗତ ୨ମାସ ହେଲାଣି କରୋନାର ଦ୍ଵିତୀୟ ଲହର ଭାରତକୁ କଲବଲ କରୁଛି | ହଠାତ ସଂକ୍ରମଣ ହାର ବଢ଼ିଯିବା ସହ ଲୋକଙ୍କ ଜୀବନହାନୀ ହୋଇଛି | ହେଲେ ଏମଧ୍ୟରେ ଏକ ଭଲ ଖବର ଆସିଛି | ବିଭିନ୍ନ ରାଜ୍ୟରେ ଲକଡାଉନ ପାଇଁ ଏବେ ୨୪ଟି ରାଜ୍ୟରେ କରୋନା ସଂକ୍ରମଣ ହାର କମ ହୋଇଛି | ଏହା ସହ ଦେଶରେ ସୁସ୍ଥତା ହାର ୯୦%ରେ ପହଞ୍ଚିଛି ବୋଲି ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ | ଏହା ସହ ମେ’ ୨୬ରେ ସବୁଠାରୁ ଅଧିକ ୨୨,୧୭,୩୨୦ଟି ନମୁନା ପରୀକ୍ଷା କରାଯାଇଥିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି |

ଅନ୍ୟପକ୍ଷରେ ଡାକ୍ତର ଭି.କେ.ପୌଲ କହିଛନ୍ତି ଯେ, ଏହା ଆଶ୍ୱାସନାର ବିଷୟ ଯେ ଦ୍ୱିତୀୟ ତରଙ୍ଗରେ ସଂକ୍ରମିତଙ୍କ ସଂଖ୍ୟା କମ ହେଉଛି | ଠିକ ସମୟରେ ଲାଗିଥିବା ପ୍ରତିବନ୍ଧକଗୁଡିକ ଖୋଲିଲେ ସଂକ୍ରମିତଙ୍କ ସଂଖ୍ୟାକୁ ଆମେ କମ ରଖିପାରିବା | ଏହା ସହ ଉତ୍ତରପ୍ରଦେଶରେ ଭୁଲବଶତଃ ୨୦ଜଣକୁ ୨ଟି ଟିକା ଦିଆଯିବାକୁ ନେଇ ସେ କହିଛନ୍ତି ଯେ, ଆମର ପ୍ରୋଟୋକଲ୍ ସ୍ପଷ୍ଟ ଯେ, ଦିଆଯାଇଥିବା ଉଭୟ ଡୋଜ ସମାନ ଟିକା ହେବା ଉଚିତ୍ | ଏହି ଘଟଣାର ଅନୁସନ୍ଧାନ କରାଯିବା ଉଚିତ୍। ଯଦିଓ ଏହା ଘଟିଛି ତେବେ ଏହା ଚିନ୍ତାର କାରଣ ହେବା ଉଚିତ୍ ନୁହେଁ |

India sees surge in new Covid-19 cases - Coronavirus Outbreak News
India Today

ଏହା ସହ ଫାଇଜର ଟିକା କିଣିବା ନେଇ ଡାକ୍ତର ଭି.କେ.ପୌଲ କହିଛନ୍ତି ଯେ, ଭାରତକୁ ଫାଇଜର ଟିକା ଦେବା ନେଇ ଆମେ କମ୍ପାନିକୁ ଅନୁରୋଧ କରିଛୁ | ଆସନ୍ତା ଜୁଲାଇ ମଧ୍ୟରେ ସେମାନେ ଟିକାର କିଛି ଡୋଜ ଆମକୁ ଦେବା ପାଇଁ କହିଛନ୍ତି | ବିଶ୍ୱର ଅନ୍ୟ ରାଷ୍ଟ୍ର ପ୍ରତି କମ୍ପାନିର ଟିକା ଯୋଗାଇବା ନେଇ ଦାୟିତ୍ୱ ଥିବାରୁ ସେମାନେ ଅପେକ୍ଷା କରିବାକୁ ଅନୁରୋଧ କରିଛନ୍ତି | ଆମେ ଏହି ଅନୁରୋଧକୁ ପରୀକ୍ଷା କରୁଛୁ | ବର୍ତ୍ତମାନ ସୁଦ୍ଧା କୌଣସି ନିଷ୍ପତ୍ତି ନିଆଯାଇନାହିଁ |

ସମ୍ବନ୍ଧିତ ଖବର