ନୂଆଦିଲ୍ଲୀ : ଦିଲ୍ଲୀରେ କରୋନାର ତୃତୀୟ ଲହର ଏବେ ପ୍ରଭାବହୀନ ହେଉଥିବାରୁ ବନ୍ଦ ରହିଥିଲା ବିଦ୍ୟାଳୟ, କଲେଜ, ବିଭିନ୍ନ ଶିକ୍ଷାନୁଷ୍ଠାନ ଏବଂ ଜିମ୍ ଖୋଲିବା ପାଇଁ ସରକାର ଘୋଷଣା କରିଛନ୍ତି। ଏହା ସହିତ ରାତି କର୍ଫ୍ୟୁର ସମୟ ସୀମା ମଧ୍ୟ ଏକ ଘଣ୍ଟା ହ୍ରାସ ପାଇବ। ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏକ ସାମ୍ବାଦିକ ସମ୍ମିଳନୀରେ ଏ ବାବଦ ସୂଚନା ଦେଇଛନ୍ତି। ଏଣିକି ନାଇଟ୍ କର୍ଫ୍ୟୁ ୧୦ଟା ପରିବର୍ତ୍ତେ ରାତି ୧୧ଟାରୁ ଆରମ୍ଭ ହେବ। ସମସ୍ତ କାର୍ଯ୍ୟାଳୟ ୧୦୦ ପ୍ରତିଶତ କ୍ଷମତା ସହିତ ଖୋଲିବ । ଜିମ୍, ସ୍ପା ଏବଂ ସୁଇମିଂ ପୁଲ୍ ଖୋଲିବାରେ ମଧ୍ୟ ପ୍ରତିବନ୍ଧକ ରହିବ ନାହିଁ। ଫେବୃଆରୀ ୭ ରୁ ଏସବୁ ଖୋଲିବାକୁ ଅନୁମତି ଦିଆଯିବ। ବ୍ୟବସାୟ ପ୍ରଦର୍ଶନୀ ମଧ୍ୟ ଦିଲ୍ଲୀରେ ଆରମ୍ଭ ହେବ ବୋଲି ସିସୋଦିଆ ଘୋଷଣା କରିଛନ୍ତି।
ଦିଲ୍ଲୀରେ କୋଭିଡ୍ କଟକଣା ହଟିଲା
/sambad/media/post_attachments/wp-content/uploads/2021/11/delhi-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)