ନୂଆଦିଲ୍ଲୀ : ଦେଶରେ କରୋନା ଟେଷ୍ଟିଂ ୧୦ କୋଟି ଟପିଯାଇଛି। ଗତ ୧୭ ଦିନ ମଧ୍ୟରେ ଦିନକୁ ହାରାହାରି ୧୦ ଲକ୍ଷ ନମୁନା ପରୀକ୍ଷା ହୋଇଛି ବୋଲି ଆଇସିଏମ୍ଆର ପକ୍ଷରୁ କୁହାଯାଇଛି। ତେବେ ଏଯାବତ୍ ଦେଶରେ ପ୍ରତି ୧୦ ଲକ୍ଷରେ ୭୪ ହଜାର ନମୁନା ପରୀକ୍ଷା ହେଉଛି। ଗତ ୪୫ ଦିନ ମଧ୍ୟରେ ଭାରତ ୫ କୋଟି ନମୁନା ପରୀକ୍ଷା କରିଛି ବୋଲି ଆଇସିଏମ୍ଆର୍ର ଗଣମାଧ୍ୟମ ସଂଯୋଜକ ଲୋକେଶ ଶର୍ମା କହିଛନ୍ତି।
ସେପ୍ଟେମ୍ବର ୮ ସୁଦ୍ଧା ଦେଶରେ ୫ କୋଟି ନମୁନା ପରୀକ୍ଷା ହୋଇଥିଲା। ତେବେ ଏହାପରେ ମାତ୍ର ୫୦ରୁ କମ୍ ଦିନରେ ଅକ୍ଟୋବର ୨୨ ସୁଦ୍ଧା ଆଉ ୫ କୋଟି ନମୁନା ପରୀକ୍ଷା ହୋଇଛି ବୋଲି ଶର୍ମା କହିଛନ୍ତି। ଭାରତ ୫ଟି ରଣନୀତିକୁ ଖୁବ୍ ଭଲଭାବେ କାର୍ଯ୍ୟକାରୀ କରିଛି। ଦେଶରେ ୧୯୮୯ଟି ଟେଷ୍ଟିଂ ଲ୍ୟାବ୍ ରହିଛି। ଏଥି ମଧ୍ୟରୁ ୧୧୨୨ଟି ସରକାରୀ ଲ୍ୟାବ୍ ଥିବାବେଳେ ୮୬୭ଟି ଘରୋଇ ଲ୍ୟାବ୍ ରହିଛି।