ଦେଶରେ ୭୩ ଲକ୍ଷ ୫୨ ହଜାର ନମୁନା ପରୀକ୍ଷା ହୋଇଛି: ଆଇସିଏମ୍‌ଆର

ନୂଆଦିଲ୍ଲୀ : ଦେଶରେ କୋଭିଡ ଟେଷ୍ଟ୍‌ ସଂଖ୍ୟା ପ୍ରତିଦିନ ବଢ଼ୁଛି। ଜୁନ୍‌ ୨୩ ସୁଦ୍ଧା ଦେଶରେ ୭୩ ଲକ୍ଷ ୫୨ ହଜାର ୯୧୧ ନମୁନା ପରୀକ୍ଷା ସରିଛି। ତେବେ ଗତକାଲି ଦେଶରେ ୨ ଲକ୍ଷ ୧୫ ହଜାର ୧୯୫ଟି ନମୁନା ପରୀକ୍ଷା କରାଯାଇଛି। ମହାମାରୀ ଆରମ୍ଭ ହେବାପରଠାରୁ ପ୍ରଥମ ଥର ପାଇଁ ଦେଶରେ ଏତେ ସଂଖ୍ୟାରେ ନମୁନା ପରୀକ୍ଷା କରାଯାଇଛି ବୋଲି ଆଇସିଏମ୍‌ଆର ପକ୍ଷରୁ କୁହାଯାଇଛି। ସେହିପରି ଦେଶରେ ଟେଷ୍ଟିଂ ବୃଦ୍ଧି କରିବାପାଇଁ ଆଇସିଏମ୍‌ଆର ଏବେ ଦେଶରେ ୧,୦୦୦ ଟେଷ୍ଟିଂ ଲ୍ୟାବ୍‌ କାର୍ଯ୍ୟକ୍ଷମ କରିଛି। ତେବେ ଏହି ୧ ହଜାର ଟେଷ୍ଟିଂ ଲ୍ୟାବ୍‌ରୁ ୭୩୦ଟି ସରକାରୀ ଲ୍ୟାବ୍‌ ହୋଇଥିବା ବେଳେ ୨୭୦ଟି ହେଉଛି ଘରୋଇ। ଏଥିରେ ୫୫୭ ଆରଟି-ପିସିଆର ଲ୍ୟାବ୍‌ ଥିବାବେଳେ ୩୬୩ଟି ଟ୍ରୁନାଟ୍‌ ଲ୍ୟାବ୍‌ ଏବଂ ୮୦ଟି ସିବିନାଟ୍‌ ଲ୍ୟାବ୍‌ ରହିଛି। ‌ଟେଷ୍ଟିଂ ବଢ଼ୁଥିଲେ ମଧ୍ୟ ଅଧିକ ଜନସଂଖ୍ୟ‌ା ବିଶିଷ୍ଟ ଏହି ବିଶାଳ ଦେଶରେ ଟେଷ୍ଟିଂ ପାଇଁ ବିଭିନ୍ନ ଚ୍ୟ‌ାଲେଂଜ ମଧ୍ୟ ରହିଛି। ଏଭଳି ସ୍ଥିତିରେ ଟେଷ୍ଟିଂ ମେଥଡ୍‌ ବୃଦ୍ଧି କରିବା ଉପରେ ଗୁରୁତ୍ବ ଦିଆଯାଇଛି। କରୋନା ମାମଲା ଚିହ୍ନଟ ପାଇଁ ଆରଟି-ପିସିଆର ହେଉଛି ସବୁଠାରୁ ଉନ୍ନତ ପନ୍ଥା। ଏଥିରେ୪-୫ ଘଣ୍ଟ‌ା ମଧ୍ୟରେ ଫଳ ଆସୁଛି। ନିକଟରେ ଆଇସିଏମ୍‌ଆର ମଧ୍ୟ ରୢାପିଡ୍‌ ଏଣ୍ଟିଜେନ୍‌ ଟେଷ୍ଟ୍‌ ପାଇଁ ଅନୁମତି ଦେଇଛନ୍ତି।

ସମ୍ବନ୍ଧିତ ଖବର