ନୂଆଦିଲ୍ଲୀ: ଯଦି ଲୋକମାନେ ସାବଧାନ ରୁହନ୍ତି ଏବଂ ଭାରତ ସରକାର ବହୁ ସଂଖ୍ୟକ ଲୋକଙ୍କୁ ଟିକାକରଣ କରିବାକୁ ସକ୍ଷମ ହୁଅନ୍ତି, ତେବେ କରୋନା ମହାମାରୀର ତୃତୀୟ ତରଙ୍ଗ ମଧ୍ୟ ଆସି ନପାରେ ବୋଲି ଆଜି ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ(ଏମ୍ସ) ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି।
କରୋନାର ତୃତୀୟ ତରଙ୍ଗ ଆସିବା ନେଇ ଗୁଲେରିଆ କହିଛନ୍ତି ଯେ, ଆମେ କେତେ ସତର୍କ ରହିଛେ, ତାହା ଉପରେ ତୃତୀୟ ତରଙ୍ଗ ଆସିବ ନାସିବ ନିର୍ଭର କରୁଛି | ଯଦି ଆମେ ସାବଧାନ ରହିବା ଏବଂ ଆମର ଭଲ ଟିକାକରଣ କଭରେଜ୍ ରହିବ, ତେବେ ତୃତୀୟ ଲହର ଆସି ନପାରେ କିମ୍ବା ଯଦି ଆସେ ଏହାର ପ୍ରଭାବ ବହୁତ କମ୍ ରହିବ।
ଟିକା ମିଶ୍ରଣ ଉପରେ ନିଜର ମତ ଦେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି, "ଡୋଜର ମିଶ୍ରଣ ଉପରେ ଅଧିକ ତଥ୍ୟ ଆବଶ୍ୟକ। ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ, ଏହା ପ୍ରଭାବଶାଳୀ ହୋଇପାରେ କିନ୍ତୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେବାର ଆଶଙ୍କା ରହିଛି | ଏନେଇ ଅଧିକ ତଥ୍ୟ ଜରୁରୀ" |