ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର: ଆଇଆଇଟି କାନପୁର ଅଧ୍ୟୟନ

ନୂଆଦିଲ୍ଲୀ: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିବ କରୋନାର ତୃତୀୟ ଲହର | ଆଇଆଇଟି କାନପୁର କରିଥିବା ଅଧ୍ୟୟନରୁ ଏହା ଜଣାପଡିଛି | ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମାଙ୍କ ଦ୍ୱାରା ଏହି ଅଧ୍ୟୟନ କରାଯାଇଥିଲା | ତୃତୀୟ ଲହର ଖୁବ ଶୀଘ୍ର ଆସିବ ବୋଲି ଆଶଙ୍କା କରାଯାଉଥିବା ବେଳେ ପ୍ରଫେସର ରାଜେଶ ରଂଜନ ଏବଂ ମହେନ୍ଦ୍ର ବର୍ମା ଅଧ୍ୟୟନ ପରେ ଏହା ସେପ୍ଟେମ୍ବର-ଅକ୍ଟୋବର ବେଳକୁ ଆସିପାରେ ବୋଲି କହିଛନ୍ତି |

COVID-19's third wave peak expected around September-October: IIT Kanpur study
ANI News

ଆଇଆଇଟି କାନପୁର ପକ୍ଷରୁ ପ୍ରେସ ବିବୃତ୍ତି ଜାରି କରି କୁହାଯାଇଛି ଯେ, ତୃତୀୟ ଲହରକୁ ନେଇ ନୀତି ନିର୍ମାତା ଏବଂ ଜନସାଧାରଣଙ୍କ ମଧ୍ୟରେ ଏକ ବଡ ଚିନ୍ତା ରହିଛି | ଆମେ ଅଧ୍ୟୟନ ପରେ ଅନୁମାନ କରୁଛୁ ଯେ ଜୁଲାଇ ୧୫ରେ ଭାରତ ସମ୍ପୂର୍ଣ୍ଣ ଭାବେ ଅନଲକ୍ ହେବ | ଏହାପରେ ୩ଟି ଜିନିଷ ହୋଇପାରେ | ପ୍ରଥମରେ, ଅକ୍ଟୋବରରେ ତୃତୀୟ ଲହର ଶିଖର ଛୁଇଁବ କିନ୍ତୁ ଦ୍ୱିତୀୟ ଲହର ଅପେକ୍ଷା କମ୍ ପ୍ରଭାବ ରହିବ | ଦ୍ଵିତୀୟରେ, ଦ୍ଵିତୀୟ ଲହରଠାରୁ ତୃତୀୟ ଲହର ଅଧିକ ସଂକ୍ରାମକ ହୋଇପାରେ ଏବଂ ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ | ତୃତୀୟରେ, ଯଦି କଠୋର କରୋନା କଟକଣା ପାଳନ କରାଯାଏ, ତେବେ ତୃତୀୟ ଲହର ଆସୁ ଆସୁ ଅକ୍ଟୋବର ହୋଇପାରେ ଏବଂ ଏହା ଦ୍ଵିତୀୟ ଲହରଠାରୁ କମ ପ୍ରଭାବଶାଳୀ ହେବ |

ସମ୍ବନ୍ଧିତ ଖବର