ଏହି କାରଣ ପାଇଁ କୋଭିଡର ତୃତୀୟ ଲହର କମ୍ ମାରାତ୍ମକ ହେବ: ବିଏଚୟୁ ବୈଜ୍ଞାନିକ

ନୂଆଦିଲ୍ଲୀ: କୋଭିଡର ତୃତୀୟ ଲହର କମ୍ ମାରାତ୍ମକ ହେବ ଏବଂ ତିନି ମାସ ମଧ୍ୟରେ ଆସିବ | ଏନେଇ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ପ୍ରଫେସର ଜ୍ଞାନେଶ୍ୱର ଚୋୖବେ କହିଛନ୍ତି | ସେ କହିଛନ୍ତି ଯେ, କରୋନା ଟିକାର ଦୁଇଟି ଡୋଜ ନେଇଥିବା ବ୍ୟକ୍ତି ଏବଂ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଉପରେ ତୃତୀୟ ଲହର ସେତେଟା ପ୍ରଭାବ ପକାଇବା ନାହିଁ | ଯେହେତୁ ଏବେ ପ୍ରାୟ ଲୋକେ ଟିକା ନେଇ ସାରିଲେଣି, ସେଥିପାଇଁ ତୃତୀୟ ଲହର ସେତେଟା ମାରାତ୍ମକ ହେବ ନାହିଁ |

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅତି କମରେ ତିନିମାସ ପରେ ତୃତୀୟ ଲହର ଆସିପାରେ, କିନ୍ତୁ ଜାରି ରହିଥିବା କରୋନାଭାଇରସ୍ ଟିକାକରଣ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢାଇବା, ଯାହା ତୃତୀୟ ଲହର ପ୍ରଭାବକୁ କମ କରିବ।

ଉଲ୍ଲେଖଯୋଗ୍ୟ, ଟିକାକରଣରେ ନୂଆ ରେକର୍ଡ କରିଛି ଭାରତ । ଯାହା ପୂରା ବିଶ୍ୱ କରିପାରିନାହିଁ ତାହା ଭାରତ କରି ଦେଖାଇଛି । ଭାରତ ଏବେ ୭୫ କୋଟି ଟିକାଦାନ ଡୋଜ ଅତିକ୍ରମ କରିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି । ଆଉ ସବୁଠୁ ବଡ କଥା ହେଉଛି କେବଳ ୧୩ ଦିନରେ ୧୦ କୋଟି ଟିକାଦାନ କରାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟ୍ୱିଟ୍ କରି ଲେଖିଛନ୍ତି, ଧନ୍ୟବାଦ ଭାରତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ସବକା ସାଥ୍ ସବକା ପ୍ରୟାସ’ ମନ୍ତ୍ର ଦ୍ୱାରା ଦେଶରେ ଟିକାକରଣ ଅଭିଯାନ ନିରନ୍ତର ଜାରି ରହିଛି । ସ୍ୱାଧୀନତାର ୭୫ ବର୍ଷରେ ଦେଶରେ ୭୫ କୋଟି ଟିକାକରଣ ପାର କରିଛି ।

ସମ୍ବନ୍ଧିତ ଖବର