ଟିକା ବାହାରିଲେ ବି କରୋନା ଭାଇରସ ଆଗାମୀ କିଛି ବର୍ଷ ଧରି ରହିବ : ବିଶେଷଜ୍ଞ

ଲଣ୍ଡନ : କରୋନା ମୁକାବିଲା ନିମନ୍ତେ ସାରା ବିଶ୍ୱର ବୈଜ୍ଞାନିକମାନେ ଟିକା ପ୍ରସ୍ତୁତିରେ ଲାଗିଛନ୍ତି । ତେବେ ଇଂଲାଣ୍ଡର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ପ୍ରସ୍ତୁତ ଟିକା କ୍ଷେତ୍ରରେ ଆଗୁଆ ରହିଛି । ଏହାର ୩ୟ ପର୍ଯ୍ୟାୟ ପରୀକ୍ଷାରେ ସକାରାତ୍ମକ ଫଳାଫଳ ମିଳିଛି । ବର୍ଷ ଶେଷ ସୁଦ୍ଧା ଟିକା ବଜାରକୁ ଆସିଯିବ ବୋଲି ଆଶା କରାଯାଉଛି ।

କିନ୍ତୁ ଏ ସଂପର୍କରେ ଏକ ସତର୍କତା ଜାରି କରିଛନ୍ତି ସେହି ଇଂଲାଣ୍ଡର ବିଶେଷଜ୍ଞମାନେ । ସେମାନେ କହିଛନ୍ତି ଯେ ଟିକା ବାହାରି ଗଲେ ଯେ କରୋନା ଭାଇରସ ବିଶ୍ୱରୁ ଉଭେଇ ଯିବ ତାହା ଆଶା କରିବା ବୃଥା । ଟିକା ବାହାରିଲେ ମଧ୍ୟ କରୋନା ଆଗାମୀ କିଛି ବର୍ଷ ଧରି ବଞ୍ଚିରହିବ । ମଣିଷକୁ ଏହି ଭାଇରସ ସହ ବଞ୍ଚିବାକୁ ହେବ ।

ବ୍ରିଟିଶ ସରକାରଙ୍କୁ କରୋନା ମୁକାବିଲା କ୍ଷେତ୍ରରେ ପରାମର୍ଶ ପ୍ରଦାନ କରୁଥିବା କମିଟିର ମୁଖ୍ୟ ପ୍ରଫେସର ସାର ଜିରେମି ଫରାର କହିଛନ୍ତି ଯେ ବଡ଼ଦିନ ସୁଦ୍ଧା ଟିକା ବାହାରିବା ଆଶା ବାସ୍ତବତା ଉପରେ ଆଧାରିତ ନୁହେଁ । ଟିକା ବାହାରିଲେ ବି ଯେ କରୋନା ଭାଇରସ ଉଭେଇ ଯିବ ତାହା ଆଶା କରିବା ବୃଥା । ଟିକା ବାହାରିଲେ ମଧ୍ୟ କରୋନା ଆଗାମୀ ଅନେକ ବର୍ଷ ଧରି ବଞ୍ଚିରହିବ । କାରଣ ଏହା ପଶୁ ଶରୀରରୁ ଆସିଥିଲେ ମଧ୍ୟ ଏବେ ଏହା ଏକ ମଣିଷ ରୋଗ ହୋଇଯାଇଛି । ଏଣୁ ମଣିଷକୁ ଏହି ଭାଇରସ ସହ ବଞ୍ଚିବାକୁ ହେବ ।

ସମ୍ବନ୍ଧିତ ଖବର