ଦେଶରେ ସବୁ ରେକର୍ଡ ଭାଙ୍ଗିଲା କରୋନା: ୨୪ଘଣ୍ଟାରେ ସର୍ବାଧିକ ୫୨,୧୨୩ କରୋନା ଆକ୍ରାନ୍ତ ଚିହ୍ନଟ, ୭୭୫ ମୃତ

ନୂଆଦିଲ୍ଲୀ: ଜୁଲାଇ ୩୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୫,୮୩,୭୯୨ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆଜି ପୂର୍ବ ସବୁ ରେକର୍ଡକୁ ଭାଙ୍ଗିଛି କରୋନା। ୨୪ଘଣ୍ଟାରେ ସର୍ବାଧିକ ୫୨,୧୨୩ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୨୦୫୮୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି। ବାକି ୩୪୯୬୮ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ୨୪ ଘଣ୍ଟା ମଧ୍ୟରେ ଜଣାପଡ଼ିଥିବା ୫୨,୧୨୩  ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫୨୮୨୪୨ ରହିଛି। ୨୪ ଘଣ୍ଟାରେ ୭୭୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ୨ ଜଣ, ଆନ୍ଧ୍ରପ୍ରଦେଶରେ ୧୨୧୩ଜଣ, ଅରୁଣାଚଳ ପ୍ରଦେଶରେ ୩ ଜଣ, ଆସାମରେ ୯୨ ଜଣ, ବିହାରରେ ୨୭୮ ଜଣ, ଚଣ୍ଡିଗଡ଼ରେ ୧୪ ଜଣ, ଛତିଶଗଡ଼ରେ ୪୮ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ଜଣ, ଦିଲ୍ଲୀରେ ୩୯୦୭ ଜଣ, ଗୋଆରେ ୩୯ ଜଣ, ଗୁଜରାଟରେ ୨୩୯୬ ଜଣ, ହରିୟାଣାରେ ୪୧୩ଜଣ, ହିମାଚଳ ପ୍ରଦେଶରେ ୧୪ ଜଣ, ଜମ୍ମୁ ଓ କଶ୍ମୀରରେ ୩୪୮ଜଣ, ଝାଡ଼ଖଣ୍ଡରେ ୯୮ଜଣ, କର୍ଣ୍ଣାଟକରେ ୨୧୪୭ଜଣ, କେରଳରେ ୬୮ ଜଣ, ଲଦାଖରେ ୬ ଜଣ, ମଧ୍ୟପ୍ରଦେଶରେ ୮୪୩ ଜଣ, ମହାରାଷ୍ଟ୍ରରେ ୧୪୪୬୩ଜଣ, ମେଘାଳୟରେ ୫ ଜଣ, ନାଗାଲାଣ୍ଡ୍‌ରେ ୫ଜଣ, ଓଡ଼ିଶାରେ ୧୫୯ ଜଣ, ପୁଦ୍ଦୁଚେରୀରେ ୪୭ ଜଣ, ପଞ୍ଜାବରେ ୩୬୧ଜଣ, ରାଜସ୍ଥାନରେ ୬୫୦ଜଣ, ସିକିମରେ ୧ଜଣ, ତାମିଲନାଡୁରେ ୩୭୪୧ଜଣ, ତେଲେଙ୍ଗାନାରେ ୪୯୨ ଜଣ, ତ୍ରିପୁରାରେ ୨୧ ଜଣ, ଉତ୍ତରାଖଣ୍ଡରେ ୭୨ ଜଣ, ଉତ୍ତରପ୍ରଦେଶରେ ୧୫୩୦ ଜଣ ଏବଂ ପଶ୍ଚମବଙ୍ଗରେ ୧୪୯୦ ଜଣ ।

Condition of 8 infected Indians on board quarantined cruise ship ...
New Indian Express

ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ୨୨୫, ଆନ୍ଧ୍ରପ୍ରଦେଶ ୬୩୭୭୧, ଅରୁଣାଚଳ ପ୍ରଦେଶ ୭୩୦, ଆସାମ ୮୩୭୧, ବିହାର ୧୫୪୮୨, ଚଣ୍ଡିଗଡ଼ ୩୫୩, ଛତିଶଗଡ଼ ୨୮୫୫, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉ ୩୭୬, ଦିଲ୍ଲୀ ୧୦୭୭୦, ଗୋଆ ୧୬୬୬, ଗୁଜରାଟ ୧୩୫୩୫, ହରିୟାଣା ୬୭୯୮, ହିମାଚଳ ପ୍ରଦେଶ ୧୦୫୭, ଜମ୍ମୁ ଓ କଶ୍ମୀର ୭୭୪୯, ଝାଡ଼ଖଣ୍ଡ ୫୭୨୮, କର୍ଣ୍ଣାଟକ ୬୭୪୫୬, କେରଳ ୧୦୩୬୪, ଲଦାଖ ୨୬୧, ମଧ୍ୟପ୍ରଦେଶ ୮୩୫୭, ମହାରାଷ୍ଟ୍ର ୧୪୬୪୩୩, ମଣିପୁର ୮୧୯, ମେଘାଳୟ ୫୭୨, ମିଜୋରାମ ୧୮୩, ନାଗାଲାଣ୍ଡ ୯୧୩, ଓଡ଼ିଶା ୧୦୦୭୭, ପୁଦ୍ଦୁଚେରୀ ୧୨୫୬, ପଞ୍ଜାବ ୪୩୭୨, ରାଜସ୍ଥାନ ୧୦୭୪୫, ସିକିମ୍ ୩୯୭, ତାମିଲନାଡୁ ୫୭୪୯୦, ତେଲେଙ୍ଗାନା ୧୪୬୬୩, ତ୍ରିପୁରା ୧୭୮୬, ଉତ୍ତରାଖଣ୍ଡ ୨୯୮୩, ଉତ୍ତରପ୍ରଦେଶ ୨୯୯୯୭ ଓ ପଶ୍ଚିମବଙ୍ଗ ୧୯୬୫୨ ।

The Weather Channel

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ୨୦୧, ଆନ୍ଧ୍ରପ୍ରଦେଶ ୫୫୪୦୬, ଅରୁଣାଚଳ ପ୍ରଦେଶ ୬୭୭, ଆସାମ ୨୭୮୩୨, ବିହାର ୩୦୩୨୦, ଚଣ୍ଡିଗଡ଼ ୬୧୧, ଛତିଶଗଡ଼ ୫୬୩୬, ଦାଦର ନଗର ହାୱେଲି ୬୪୮, ଦିଲ୍ଲୀ ୧୧୮୬୩୩, ଗୋଆ ୩୭୮୪, ଗୁଜରାଟ ୪୩୧୯୫, ହରିୟାଣା ୨୬୪୨୦, ହିମାଚଳ ପ୍ରଦେଶ ୧୩୩୨, ଜମ୍ମୁ ଓ କଶ୍ମୀର ୧୧୩୨୨, ଝାଡ଼ଖଣ୍ଡ ୪୦୩୫, କର୍ଣ୍ଣାଟକ ୪୨୯୦୧, କେରଳ ୧୧୩୬୫, ଲଦାଖ ୧୦୮୦, ମଧ୍ୟପ୍ରଦେଶ ୨୦୯୩୪, ମହାରାଷ୍ଟ୍ର ୨୩୯୭୫୫, ମଣିପୁର ୧୬୩୯, ମେଘାଳୟ ୨୦୭, ମିଜୋରାମ ୨୧୫, ନାଗାଲାଣ୍ଡ୍ ୫୯୫, ଓଡ଼ିଶା ୧୮୯୩୯, ପୁଦ୍ଦୁଚେରୀ ୧୮୭୪, ପଞ୍ଜାବ ୧୦୨୧୩, ରାଜସ୍ଥାନ ୨୭୫୬୯, ସିକିମ୍ ୧୯୮, ତାମିଲନାଡୁ ୧୭୨୮୮୩, ତେଲେଙ୍ଗାନା ୪୩୭୫୧, ତ୍ରିପୁରା ୨୬୭୮, ଉତ୍ତରାଖଣ୍ଡ ୩୮୧୧, ଉତ୍ତରପ୍ରଦେଶ ୪୫୮୦୭ ଓ ପଶ୍ଚିମବଙ୍ଗ ୪୪୧୧୬।

ସମ୍ବନ୍ଧିତ ଖବର