କରୋନା ଟିକାର ୧୦୦କୋଟି ଡୋଜ୍ ଦିଆଯିବା ପରେ ଏହି କାମ କରିବେ ଭାରତ ସରକାର

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଚାଲିଥିବା ଟିକାକରଣ ୧୦୦କୋଟି ଅତିକ୍ରମ କରିବାକୁ ଯାଉଛି। ଏହି ଉପଲବ୍ଧିକୁ ନେଇ ୧୦୦କୋଟି ଅତିକ୍ରମ କରିବା ବସ୍ ଷ୍ଟେସନ୍, ବିମାନବନ୍ଦର, ମେଟ୍ରୋ ଷ୍ଟେସନ୍, ରେଳ ଷ୍ଟେସନ୍ ଏବଂ ସମସ୍ତ ଜନସାଧାରଣ ପରିବହନରେ ଏହାର ଘୋଷଣା କରାଯିବ। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ସୂଚନା ଦେଇଛନ୍ତି।

ମନସୁଖ ମାଣ୍ଡବ୍ୟ କହିଛନ୍ତି ଯେ, ଦେଶ ଦ୍ରୁତ ଗତିରେ ୧୦୦କୋଟି ଡୋଜ୍ ଦେବାରେ ସଫଳ ହେବାକୁ ଯାଉଛି। ବର୍ତ୍ତମାନ ସୁଦ୍ଧା ୯୭ କୋଟି କରୋନା ଟିକାର ଡୋଜ ଦିଆଯାଇଛି। କିଛି ଦିନ ପରେ ୧୦୦କୋଟି ଡୋଜ ପୂରଣ ପାଇଁ କୋ-ଉଇନ ୱେବସାଇଟରେ କାଉଣ୍ଟଡାଉନ୍ ଦେଖିବାକୁ ମିଳିବ। ଏହା ନାଁ ରଖାଯିବ ‘ଭ୍ୟାକ୍ସିନ ସେନଚୁରୀ’।  ଅକ୍ଟୋବର ୧୮ କିମ୍ବା ୧୯ରେ ୧୦୦କୋଟି ଡୋଜ୍ ଦେବାରେ ଭାରତ ସଫଳ ହେବ।

ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି ଯେ, ଆସନ୍ତା ମାସରୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆବଶ୍ୟକତାଠାରୁ ଅଧିକ ଟିକା ପାଇବ। ଚଳିତ ମାସରେ ପ୍ରାୟ ୨୮କୋଟି ଟିକା ଉପଲବ୍ଧ ହେବ। ଯେଉଁଥିରେ ୨୨କୋଟି କୋଭିସିଲ୍ଡ ଏବଂ ୮କୋଟି କୋଭାକ୍ସିନ୍ ରହିବ। ଆବଶ୍ୟକତାଠାରୁ ଅଧିକ ଟିକା ରହିବା ଫଳରେ ଟିକାକରଣ ମଧ୍ୟ ଜୋରଦାର ହେବ ବୋଲି ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର