ନୂଆଦିଲ୍ଲୀ: ଜାନୁଆରି ୧୬ରୁ ଦେଶରେ ଆରମ୍ଭ ହେବ କରୋନା ଟିକାକରଣ। ଏବେ ଟିକାକରଣ ନେଇ ଦେଶରେ ଡ୍ରାଏ ରନ ଚାଲିଥିବା ବେଳେ ଜାନୁଆରି ୧୬ରୁ ଲୋକଙ୍କୁ ଟିକା ଦିଆଯିବ ବୋଲି ଘୋଷଣା କରିଛନ୍ତି ଭାରତ ସରକାର। ପ୍ରଥମ ପର୍ଯ୍ୟାୟରେ ୩କୋଟି ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ ବୋଲି ଜଣାପଡ଼ିଛି। ଏହା ପରେ ପରେ ୫୦ବର୍ଷରୁ ଉର୍ଦ୍ଧ୍ବ ଏବଂ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିବା ୫୦ବର୍ଷରୁ କମ ବର୍ଷର ୨୭କୋଟି ଲୋକଙ୍କୁ କରୋନା ଟିକା ଦିଆଯିବ ବୋଲି ଆଜି କେନ୍ଦ୍ର ସରକାର ଘୋଷଣ କରିଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ କରୋନା ସ୍ଥିତି ସମ୍ପର୍କରେ ଏକ ସମୀକ୍ଷା ବୈଠକ ଡକାଇଥିଲେ, ଯେଉଁଥିରେ ଟିକାକରଣ ଅଭିଯାନ ଆରମ୍ଭ ନେଇ ତାରିଖ ଘୋଷଣା କରାଯାଇଛି। ଅନ୍ୟ ପକ୍ଷରେ ସେରମ୍ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା କହିଛନ୍ତି ଯେ ନିର୍ଦ୍ଦିଷ୍ଟ ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଟିକା ପହଞ୍ଚାଇ ଦିଆଯିବ।
India TV Newsଏହା ପୂର୍ବରୁ ଟିକାକରଣ ନେଇ ସରକାର ଦୁଇଟି କରୋନା ଟିକାକୁ ଅନୁମତି ଦେଇଥିଲେ। ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର କୋଭାକ୍ସିନର ଟିକାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦିଆଯାଇଥିଲା। ଏହା ପରେ ଦେଶରେ ଡ୍ରାଏ ରନ ଆରମ୍ଭ ହୋଇଥିଲା। ଡ୍ରାଏ ରନ ଶେଷ ହୋଇ ଆସିଥିବା ବେଳେ ସରକାର ଆଜି ଟିକାକରଣର ତାରିଖ ଘୋଷଣା କରି ଖୁସି ଖବର ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/january-16-vaccine-09_thumb-2.jpg)