ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣ ୨୦୦ କୋଟି ଟପିସାରିଛି। ଦେଶରେ ରେକର୍ଡ ଟିକାକରଣ ସତ୍ତ୍ବେ ୪ କୋଟି ଯୋଗ୍ୟ ହିତାଧିକାରୀ ଏବେ ବି କରୋନା ଟିକାର ଗୋଟିଏ ବି ଡୋଜ୍ ନେଇନାହାନ୍ତି। ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଭାରତୀ ପ୍ରବୀଣ କହିଛନ୍ତି, ଜୁଲାଇ୧୮ ସୁଦ୍ଧା ୪ କୋଟି ଯୋଗ୍ୟ ହିତାଧିକାରୀ ଗୋଟିଏ ଡୋଜ୍ ଟିକା ବି ନେଇନାହାନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଗତ ଜୁଲାଇ ୧୭ରେ ଦେଶରେ କରୋନା ଟିକାକରଣ ୨୦୦ କୋଟି ଟପିଥିଲା।
ଅନ୍ୟପକ୍ଷେ ଦେଶରେ ଆଜି ୨୧,୮୮୦ ନୂଆ କୋଭିଡ୍ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪,୩୮,୪୭,୦୬୫। ସକ୍ରିୟ ମାମଲା ୧,୪୯,୪୮୨ ରହିଥିବା ବେଳେ କରୋନା ମୃତ୍ୟୁସଂଖ୍ୟା ୫,୨୫,୯୩୦ରେ ପହଞ୍ଚିଛି। ସକ୍ରିୟ ମାମଲା ମୋଟ୍ ସଂକ୍ରମଣ ମାମଲାର ୦.୩୪ ପ୍ରତିଶତ। ଦୈନିକ ପଜିଟିଭ ହାର ୪.୪୨ ପ୍ରତିଶତ ଥିବା ବେଳେ ସାପ୍ତାହିକ ପଜିଟିଭ୍ ହାର ୪.୫୧ ପ୍ରତିଶତ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/covid-vaccine.jpg)