ଜେନେଭା : ଆସନ୍ତାବର୍ଷ ମଧ୍ୟଭାଗ ସୁଦ୍ଧା ମଧ୍ୟ କୌଣସି ବି ପ୍ରଯୁଜ୍ୟ କୋଭିଡ୍ ଟିକାର ବିକ୍ଷିପ୍ତ ଗଣପ୍ରୟୋଗ ସମ୍ଭବ ନୁହେଁ ବୋଲି ଶୁକ୍ରବାର ବିଶ୍ବ ସ୍ବାସ୍ଥ୍ୟ ସଂଗଠନ(ହୁ')ର ମୁଖପାତ୍ର ମାର୍ଗାରେଟ୍ ହାରିସ୍ କହିଛନ୍ତି। ଟିକାଟିଏ ନୈଦାନିକ ପରୀକ୍ଷଣରେ ସଫଳତା ହାସଲ କଲେ ମଧ୍ୟ ଏହାର ବ୍ୟାପକ କାର୍ଯ୍ୟଦକ୍ଷତା ଓ ନିରାପତ୍ତା ପରଖିବା ସମୟସାପେକ୍ଷ ହୋଇଥିବାରୁ ଗଣଟିକାକରଣ ବିଳମ୍ବିତ ହୋଇପାରେ ବୋଲି ହାରିସ୍ ଯୁକ୍ତି ବାଢ଼ିଛନ୍ତି। ବର୍ତ୍ତମାନ ସୁଦ୍ଧା ନୈଦାନିକ ପରୀକ୍ଷଣ ପର୍ଯ୍ୟାୟରେ ପହଞ୍ଚିଥିବା କୌଣସି ଗୋଟିଏ ବି କୋଭିଡ୍ ଟିକା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଧାର୍ଯ୍ୟ କରିଥିବା ନିରାପତ୍ତା ଓ କାର୍ଯ୍ୟଦକ୍ଷତା ମାନକର ୫୦ ପ୍ରତିଶତ ଛୁଇଁପାରିନାହିଁ। ସୁତରାଂ ଏଭଳି ସ୍ଥିତିରେ ଯେତେ ଯିଏ ଦାବି କଲେ ବି କୌଣସି ଟିକାକୁ କିପରି ଗଣପ୍ରୟୋଗ ପାଇଁ ଅନୁମତି ଦିଆଯିବ ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନା ଥାଉ କି, ରୁଷିଆ ନିଜସ୍ବ ବିକଶିତ ଏକ ଟିକାର ମାତ୍ର ୨ ମାସର ମାନବିକ ପରୀକ୍ଷଣ ପରେ ଗତ ମାସରେ ସାର୍ବଜନୀନ ବ୍ୟବହାର ପାଇଂ ଅନୁମତି ଲୋଡ଼ିବା ପରେ ପାଶ୍ଚାତ୍ୟ ବିଶେଷଜ୍ଞମାନେ ଆପତ୍ତି ଉଠାଇଥିଲେ। ସେହିପରି ଆସନ୍ତା ଅକ୍ଟୋବର ଶେଷ ଆଡ଼କୁ ଏବ ନଭେମ୍ବର ୩ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆଗରୁ ଗଣଟିକାକରଣ ପାଇଁ ଏକ ଟିକା ପ୍ରସ୍ତୁତ ହୋଇସାରିଥିବ ବୋଲି ଆମେରିକାର ସ୍ବାସ୍ଥ୍ୟ ଅଧିକାରୀମାନେ ଏବଂ ଭେଷଜ କମ୍ପାନି ଫାଇଜର ପକ୍ଷରୁ ଘୋଷଣା କରାଯାଇଛି। ମାତ୍ର ୨୦୨୧ ଅଗଷ୍ଟ ପୂର୍ବରୁ ସେଭଳି ଗଣଟିକାକରଣ ଆଶା କରାଯିବା ବୃଥା ବୋଲି ହାରିସ କହିଛନ୍ତି। କାରଣ, ବର୍ତ୍ତମାନ ତୃତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ଜାରି ରହିଥିବା ଟିକାଗୁଡ଼ିକର ବଳିଷ୍ଠ ଫଳାଫଳ ଆସିବାକୁ ଅଧିକ ସମୟ ଦରକାର ବୋଲି ସେ କହିଛନ୍ତି।
୨୦୨୧ ମଧ୍ୟଭାଗ ସୁଦ୍ଧା ଗଣଟିକାକରଣ ସମ୍ଭବ ନୁହେଁ: ହୁ
/sambad/media/post_attachments/wp-content/uploads/2020/06/who.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)