କୋଭିଡ୍ ଟିକା ଆସିବାକୁ ଆହୁରି ଦେଢ଼ ବର୍ଷ

ପୁଣେ : କୋଭିଡ୍–୧୯ର ମୁକାବିଲା କରିବାକୁ ଏକ ଫଳପ୍ରଦ ଟିକା ପାଇଁ ବିଶ୍ବ ତମାମ ଗବେଷକମାନେ ଚେଷ୍ଟା ଜାରି ରଖିଛନ୍ତି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହଯୋଗରେ ବିଶ୍ବବ୍ୟାପୀ ବିଭିନ୍ନ ଭେଷଜ କମ୍ପାନି ଓ ପ୍ରତିଷ୍ଠାନ ଏ ଦିଗରେ ଗବେଷଣା ଜାରି ରଖିଛନ୍ତିା ଫଳସ୍ବରୂପ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୦୦ ଟିକା ବିକଶିତ ହୋଇ ସେଥି ମଧ୍ୟରୁ ୧୫ଟିର ନୈଦାନିକ ପରୀକ୍ଷଣ ବିଭିନ୍ନ ପର୍ଯ୍ୟାୟରେ ପହ‌ିଥିବା ଜଣାଯାଇଛି। ତେବେ ଏହି ଘାତକ ରୋଗର ନିରାକରଣ ପାଇଁ ଉପଯୁକ୍ତ ଟିକାଟିଏ ଆସିବାକୁ ଆହୁରି ବର୍ଷେରୁ ଦେଢ଼ ବର୍ଷ ସମୟ ଲାଗିଯିବ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ଡା. ସୌମ୍ୟା ସ୍ବାମିନାଥନ୍ ଅନୁମାନ ଲଗାଇଛନ୍ତି। ତାଙ୍କ କହିବା ଅନୁସାରେ ଟିକାପ୍ରସ୍ତୁତ କମ୍ପାନିମାନଙ୍କ ମଧ୍ୟରେ ଅଷ୍ଟ୍ରାଜେନେକା ହିଁ ଆଗରେ ରହିଛି। ଏହି କମ୍ପାନି ଦ୍ବାରା ବିକଶିତ କୋଭିଡ୍ ଟିକାର ଦ୍ବିତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିଥିବା ବେଳେ ଜୁଲାଇ ମଧ୍ୟଭାଗରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଆରମ୍ଭ ପାଇଁ ଲକ୍ଷ୍ୟ ରଖାଯାଇଛିା ସେହିପରି ମଡର୍ଣ୍ଣା କମ୍ପାନି ମଧ୍ୟ ଅନୁରୂପ ଭାବେ ଚୂଡା଼ନ୍ତ ପର୍ଯ୍ୟାୟରେ ପହ‌ିଛି। ତେବେ କୌଣସି ବି ଟିକାର ଶତ ପ୍ରତିଶତ ନିରାପତ୍ତା ଓ ସଫଳତା ସମ୍ପର୍କରେ ଧାର୍ଯ୍ୟ ତଥ୍ୟ ହସ୍ତଗତ ହୋଇନାହିଁ।

ସମ୍ବନ୍ଧିତ ଖବର