ଚୀନ୍‌ ବିଶେଷଜ୍ଞଙ୍କ ଦାବି : ଶୀତ ପଡି଼ବା ଆଗରୁ ପ୍ରସ୍ତୁତ ହେବ କୋଭିଡ୍ ଟିକା

ନୂଆଦିଲ୍ଲୀ: ଜରୁରୀକାଳୀନ ବ୍ୟବହାର ପାଇଁ ଆସନ୍ତା ଶୀତଋତୁ ପୂର୍ବରୁ ଚୀନ୍‌ରେ ମହାମାରୀ କୋଭିଡ୍–୧୯ ପାଇଁ ଏକ ଟିକା ଉପଲବ୍ଧ ହୋଇପାରିବ ବୋଲି ଦେଶର ପ୍ରଖ୍ୟାତ ଭୂତାଣୁ ବିଶେଷଜ୍ଞ ଡା. ଝୋଙ୍ଗ୍ ନାଂସାନ୍ ଦାବି କରିଛନ୍ତିା ବର୍ତ୍ତମାନ ସୁଦ୍ଧା କରୋନାଭୂତାଣୁର ପ୍ରତିରୋଧ ପାଇଁ ବିଶ୍ବରେ ମୋଟ ୧୨୦ଟି ଟିକା ବିକଶିତ ହୋଇଥିବା ବେଳେ ସେଥିରୁ ୧୦ଟିର ନୈଦାନିକ ପରୀକ୍ଷଣ ଜାରି ରହିଛିା ତେବେ ସେହି ୧୦ଟି ଭିତରୁ ଚୀନ୍‌ରେ ୫ ପ୍ରକାରର, ଆମେରିକାରେ ୪ ପ୍ରକାରର ଓ ୟୁକେରେ ଗୋଟିଏ ଟିକାର ମନୁଷ୍ୟ ଦେହରେ ବ୍ୟାବହାରିକ ପରୀକ୍ଷଣ ଜାରି ରହିଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କୁହାଯାଇଛିା ତେବେ ଚୂଡା଼ନ୍ତ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ସରିବା ପୂର୍ବରୁ ମଧ୍ୟ ଆମେରିକା ଚଳିତ ବର୍ଷ ଶେଷ ସୁଦ୍ଧା ଏକ ଟିକା ବଜାରରେ ଉପଲବ୍ଧ କରାଇବ ବୋଲି ଆମେରିକାର ଜାତୀୟ ଚର୍ମବିକାର ଓ ସଂକ୍ରାମକ ରୋଗ ପ୍ରତିଷ୍ଠାନର ମୁଖ୍ୟ ଡା. ଆଣ୍ଟନି ଫୋସି ଘୋଷଣା କରିସାରିଛନ୍ତିା

ଏ ପରିପ୍ରେକ୍ଷୀରେ ଜାତିସଂଘର ନିର୍ଦ୍ଧାରିତ ନୀତି ନିୟମ ଅନୁସରଣ କରି ଚୀନ୍ ଆଗାମୀ ଶରତ ଋତୁ ବେଳକୁ ଗୋଟିଏ ଟିକା ସାର୍ବଜନୀନ ଜରୁରୀ ବ୍ୟବହାର ପାଇଁ ଉପଲବ୍ଧ କରାଇବ ବୋଲି ଡା. ଝୋଙ୍ଗ୍ ଦୃଢେ଼ାକ୍ତି ପ୍ରକାଶ କରିଛନ୍ତିା ସେହିପରି ବର୍ତ୍ତମାନ ସ୍ଥିତିରେ କୋଭିଡକୁ ହରାଇବା ପାଇଁ ସାମୂହିକ ରୋଗପ୍ରତିରୋଧ(ହର୍ଡ ଇମ୍ୟୁନିଟି) ହାସଲ କରିବା ଅପେକ୍ଷା ଗଣ ଟିକାଦାନ ହିଁ ଶ୍ରେଷ୍ଠ ବିକଳ୍ପ ହେବ ବୋଲି ସେ କହିଛନ୍ତିା କାରଣ ପ୍ରାକୃତିକ ଉପାୟରେ ସାମୂହିକ ରୋଗପ୍ରତିରୋଧ ହାସଲ କରିବା ଲାଗି କୌଣସି ଦେଶର ୬୦ରୁ ୭୦ ପ୍ରତିଶତ ଲୋକଙ୍କୁ ସଂକ୍ରମିତ ହେବାକୁ ପଡି଼ବ। ପରିଣତି ସ୍ବରୂପ, ୩୦ରୁ ୪୦ ନିୟୁତ ଲୋକ ମୃତ୍ୟୁମୁଖରେ ପଡି଼ବେ।

ସମ୍ବନ୍ଧିତ ଖବର