ନୂଆଦିଲ୍ଲୀ: ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦେଖି ନିକଟରେ ସରକାର ଭାରତ ବାୟୋଟେକ ଦ୍ବାରା ନିର୍ମିତ ନାଜାଲ ଭାକ୍ସିନ ଇନକୋଭାକକୁ ମଞ୍ଜୁରୀ ଦେଇଛନ୍ତି। ଉଭୟ କୋଭାକ୍ସିନ ବା କୋଭିସିଲ୍ଡର ଦୁଇଟି ଡୋଜ ନେଇ ସାରିଥିବା ବ୍ୟକ୍ତି ତୃତୀୟ ଡୋଜ ଭାବେ ଇନକୋଭାକକୁ ନେଇ ପାରିବେ।

Advertisment

କୋଭିଡ଼ ସଂକ୍ରମିତ ରୋଗୀଙ୍କ କ୍ଷେତ୍ରରେ ଏଣିକି ଇନକୋଭାକକୁ ଜରୁରୀକାଳୀନ ଭାବେ ବ୍ୟବହାର କରାଯାଇପାରିବ। ରୋଗୀ କୌଣସି ଯନ୍ତ୍ରଣା ନପାଇ ସହଜରେ ଏହି ନାଜାଲ ଭାକ୍ସିନକୁ ନେଇ ପାରିବେ। ଏହା ଏବେ କୋ-ୱିନ ଆପରେ ଉପଲବ୍ଧ ରହିଛି। ଯାହାର ମୂଲ୍ୟ ୮୦୦ଟଙ୍କା ସ୍ଥିର କରାଯାଇଛି। ସେହିପରି ସରକାରୀ ହସ୍ପିଟାଲରୁ ଲୋକେ ଏହି ଭାକ୍ସିନକୁ ମାତ୍ର ୩୨୫ଟଙ୍କାରେ ସହଜରେ କିଣି ପାରିବେ।

ବିଶେଷ ସୂତ୍ରରୁ ଜଣାପଡ଼ିଛି ଏହି ନାଜାଲ ଭାକ୍ସିନ ଜାନୁଆରିର ଚତୁର୍ଥ ସପ୍ତାହରୁ ଆରମ୍ଭ ହେବ। ଏହାକୁ ୧୮ବର୍ଷରୁ ଊର୍ଧ୍ବ ଲୋକ ନେଇପାରିବେ। ନାକରେ ଦିଆଯାଉଥିବା ଏହି ଭାକ୍ସିନ ବୁଷ୍ଟର ଡୋଜ ଭାବେ କାମ କରିବ।

ଏହା ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ଆଗେଇ ନେବାରେ ସହାୟକ ହେବ। ଇନଜେକସନରେ ଦିଆଯାଉଥିବା ଭାକ୍ସିନ ତୁଳନାରେ ନାଜାଲ ଭାକ୍ସିନ ଭଲ ବୋଲି ବିବେଚନା କରାଯାଉଛି। ନାକ ରନ୍ଧ୍ର ଦେଇ ପ୍ରବେଶ କରୁଥିବା କୋଭିଡ ଭୁତାଣୁକୁ ଏହି ଟିକା ଦ୍ବାରା ରୋକା ଯାଇପାରିବ। ତେବେ ଯେଉଁ ବ୍ୟକ୍ତିମାନେ କୋଭିନ ଭାକ୍ସିନର ଦ୍ବିତୀୟ ଡୋଜ ନେଇଛନ୍ତି, ସେମାନେ ୬ମାସ ପରେ ଇନକୋଭାକକୁ ନେଇ ପାରିବେ ବୋଲି ସୂଚିତ କରାଯାଇଛି।