ଅପରାହ୍ଣ ୩ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ କରୋନା ଟିକା

ଭୁବନେଶ୍ବର : ଆସନ୍ତା ୧୬ ତାରିଖରେ ଓଡ଼ିଶା ସମେତ ସାରା ଦେଶରେ କରୋନା ଟୀକାକରଣ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଆଜି ପୁଣେର ସେରମ ଇନଷ୍ଟିଚ୍ୟୁଟରୁ କୋଭିସିଲ୍ଡ ଟିକା ଭୁବନେଶ୍ବର ସମେତ ଦେଶର ବିଭିନ୍ନ ସହରକୁ ପ୍ରେରଣ କରାଯାଇଛି । ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରେ ଆଜି ଅପରାହ୍ଣ ୩ଟା ୧୫ରେ କୋଭିସିଲ୍ଡ ଟିକା ପହଞ୍ଚିବ ।

ପୂର୍ବରୁ ଭୁବନେଶ୍ବରରେ ଟିକା ଅପରାହ୍ଣ ୪ଟା ୨୦ରେ ପହଞ୍ଚିବ ବୋଲି କୁହାଯାଇଥିଲା । କିନ୍ତୁ ମିଳିଥିବା ସର୍ବଶେଷ ସୂଚନା ଅନୁସାରେ  ଟିକା ନେଇ ଆସିଥିବା ସ୍ପାଇଶ ଜେଟ ବିମାନ ଅପରାହ୍ଣ ୩ଟା ୧୫ରେ ଭୁବନେଶ୍ବର ଏୟାରପୋର୍ଟରେ ପହଞ୍ଚିବ ।

ସ୍ପାଇଶ ଜେଟର ଏହି ବିମାନ ସକାଳ ୧୦ଟା ବେଳେ ପୁଣେ ବିମାନବନ୍ଦର ଛାଡ଼ିଥିଲା । ଏହା ହାଇଦ୍ରାବାଦରେ ପହଞ୍ଚିସାରିଛି । ୧୨ଟା ୧୫ରେ ଏହା ହାଇଦ୍ରାବାଦ ଛାଡ଼ି ଦିନ ୧.୧୫ରେ ବିଜୟଓ୍ବାଡ଼ାରେ ପହଞ୍ଚିବ । ଅପରାହ୍ଣ ୨ଟା ବେଳେ  ବିଜୟଓ୍ବାଡ଼ା ଛାଡ଼ି  ଅପରାହ୍ଣ ୩ଟା ୧୫ରେ ଭୁବନେଶ୍ବରରେ ପହଞ୍ଚିବ ବୋଲି ଜଣାଯାଇଛି ।

ସମ୍ବନ୍ଧିତ ଖବର