ଲଣ୍ଡନ : ଚୀନରୁ ଆରମ୍ଭ ହୋଇ ସମଗ୍ର ବିଶ୍ବରେ ବ୍ୟାପିଯାଇଥିବା କରୋନା ଭୁତାଣୁର ଉତ୍ପତ୍ତି ସମ୍ପର୍କରେ ଏବେ ବି ରହସ୍ୟ ଜାରି ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ)ର ତଦନ୍ତରୁ ମଧ୍ୟ କୌଣସି ଫଳାଫଳ ମିଳିପାରିନାହିଁ । କେତେକ କହୁଛନ୍ତି ଏହା ଉହାନର ଏକ ଲାବରୋଟୋରୀରୁ ବାହାରିଛି ତ ଆଉ କେତେକ କହୁଛନ୍ତି ଯେ ଏହା ଉହାନର ଏକ ଜୀବ ବଜାରରୁ ବାହାରିଛି ।

Advertisment

କିନ୍ତୁ ଏବେ ଏହି ରହସ୍ୟର ଉନ୍ମୋଚନ ହେବା ପରି ଲାଗୁଛି । ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରଲୋଜୀରେ କାମ କରୁଥିବା ଜଣେ ବୈଜ୍ଞାନିକ ଆଣ୍ଡ୍ୟୁ ହଫ୍ କେତେକ ଚାଞ୍ଚଲ୍ୟକର କଥା କହିଛନ୍ତି । ସେ କହିଛନ୍ତି ଯେ କରୋନା ଭୁତାଣୁ ମନୁଷ୍ୟକୃତ ଓ ତାହା ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରଲୋଜୀରୁ ବାହାରିଛି । କିନ୍ତୁ ଆମେରିକାର ଗୁଇନ୍ଦାର ଏହା ଏକ ବଡ଼ ବିଫଳତା ବୋଲି ସେ ଅଭିଯୋଗ କରିଛନ୍ତି ।

publive-image

ସେ କହିଛନ୍ତି ଯେ କରୋନା ଭୁତାଣୁକୁ ଲାବରୋଟୋରୀରେ ପ୍ରସ୍ତୁତ କରାଯାଇଛି ଓ ତାହା ସେଠାରୁ ହିଁ ଲିକ୍ ହୋଇଛି । ତେବେ ଭୁତାଣୁ ଜାଣିଶୁଣି ଲିକ୍ ହୋଇଛି ଅଥବା ଦୁର୍ଘଟଣାବଶତଃ ଲିକ୍ ହୋଇଛି ତାହା ସେ ଜାଣିନାହାନ୍ତି, କିନ୍ତୁ ଉକ୍ତ ଲାବର ନିରାପତ୍ତାରେ ତ୍ରୁଟି ଥିଲା  ବୋଲି ସେ କହିଛନ୍ତି । ନିଜର ବହି ‘ଦି ତ୍ରୁଥ୍ ଏବାଉଟ୍ ଉହାନ’ ( ଉହାନର ସତ)ରେ ସେ ଏ ସଂପର୍କରେ ଉଲ୍ଲେଖ କରିଛନ୍ତି ।