ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରପା ରାଜ୍ୟର ୧୮ ରୁ ୪୪ ବର୍ଷ ବୟସ୍କ ଲୋକଙ୍କୁ ମାଗଣାରେ କୋଭିଡ ଟିକା ଦେବା ନେଇ ଘୋଷଣା କରିଛନ୍ତି । ଏହି ମାଗଣା ଟିକା ଲୋକମାନଙ୍କ ପାଇଁ କେବଳ ସରକାରୀ ହସ୍ପିଟାଲରେ ଉପଲବ୍ଧ ହେବ ବୋଲି ସେ କହିଛନ୍ତି । ପ୍ରଥମେ କେରଳ, ହରିଆଣା, ଓଡ଼ିଶା, ମହାରାଷ୍ଟ୍ର ଓ ଦିଲ୍ଲୀ ସରକାର ନିଜ ନିଜ ରାଜ୍ୟରେ ନାଗରିକଙ୍କୁ ମାଗଣାରେ କୋଭିଡ ଟିକା ଦେବେ ବୋଲି ଘୋଷଣା କରିଥିଲେ ।
ଆଜି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ୱିଟର ଜରିଆରେ ଜଣାଇଛନ୍ତି କି ରାଜ୍ୟର ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ମାଗଣାରେ ଟିକା ଉପଲବ୍ଧ ହେବ ।
Covid19 vaccine will be provided free of cost to citizens between 18-44 years of age at all govt vaccination centers across Karnataka. Union Govt vaccination drive for citizens above 45 years of age will continue.
I urge all eligible to register themselves from April 28.
— B.S. Yediyurappa (@BSYBJP) April 26, 2021
କହିରଖୁ କି ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ ୩୪,୮୦୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କେବଳ ବେଙ୍ଗାଲୁରରୁ ୨୦.୭୩୩ ଜଣ ଚିହ୍ନଟ ହୋଇଥିବା ବେଳେ ରାଜ୍ୟ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୩,୩୯,୨୦୧ ରେ ପହଞ୍ଚିଛି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ କର୍ଣ୍ଣାଟକରେ କରୋନା ସଂକ୍ରମଣ ଜନିତ ୧୪୩ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା ୧୪,୪୨୬କୁ ବୃଦ୍ଧି ପାଇଛି । କହିରଖୁ କି ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଣ୍ଣାଟକ ସରକାର ରାଜ୍ୟରେ ୨ ସପ୍ତାହ ପାଇଁ ଲକଡାଉନ୍ ଘୋଷଣା କରିଛନ୍ତି ।