ୱାସିଂଟନ୍: କରୋନା ଯୋଗୁଁ ବିଶ୍ବରେ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର ଆମେରିକାରେ ସୁରକ୍ଷା ନିୟମାବଳିକୁ ଅଣଦେଖା କରାଯାଉଛି। ଖୋଦ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କରୋନା ନିୟମାବଳିର ଉଲ୍ଳଂଘନ କରୁଛନ୍ତି। ଡାକ୍ତର ଏବଂ ବିଶେଷଜ୍ଞଙ୍କର ଚେତାବନୀ ସତ୍ତ୍ବେ ଟ୍ରମ୍ପ୍ କରୋନାକୁ ଅତି ମାମୁଲି ଢଙ୍ଗରେ ଗ୍ରହଣ କରିଛନ୍ତି। ଏନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ହ୍ବାଇଟ୍ ହାଉସ୍ କରୋନା ଭାଇରସ୍ ଟାସ୍କ ଫୋର୍ସ୍ ସଦସ୍ୟ ଡ. ଆନ୍ଥୋନି ଫସି। ଆନ୍ଥୋନି ହ୍ବାଇଟ୍ ହାଉସ୍ରେ ନିକଟରେ ହୋଇଥିବା ଏକ କାର୍ଯ୍ୟକ୍ରମକୁ ‘ସୁପର୍ ସ୍ପ୍ରେଡର’ କାର୍ଯ୍ୟକ୍ରମ ବୋଲି କହିଛନ୍ତି। ସେ କହିଛନ୍ତି, ହ୍ବାଇଟ୍ ହାଉସ୍ରେ ସୁପର୍ ସ୍ପେଡର କାର୍ଯ୍ୟକ୍ରମ ହୋଇଥିଲା ଏବଂ ଏହାପରେ ହ୍ବାଇଡ୍ ହାଉସ୍ର ଜଣେ ପରେ ଜଣେ ୧୫ରୁ ଅଧିକ ବରିଷ୍ଠ ଅଧିକାରୀ କରୋନା ଆକ୍ରାନ୍ତ ହୋଇଥିଲେ। ଟ୍ରମ୍ପ୍ଙ୍କ କାର୍ଯ୍ୟକ୍ରମରେ ଅନେକ ଲୋକଙ୍କୁ ମାସ୍କ ପିନ୍ଧି ନଥିବା ଦେଖିବାକୁ ମିଳିଥିଲା। ତେଣୁ ଏହି କାର୍ଯ୍ୟକ୍ରମରୁ ହିଁ କରୋନା ମୁକାବିଲା ନେଇ ସବୁକିଛି ଜଣାପଡ଼ି ଯାଉଛି ବୋଲି ଫସି କହିଛନ୍ତି।
ହ୍ବାଇଟ୍ ହାଉସ୍ରେ ‘କୋଭିଡ୍ ସୁପର୍ସ୍ପ୍ରେଡର’ କାର୍ଯ୍ୟକ୍ରମ!
କାର୍ଯ୍ୟକ୍ରମ ପରେ ୧୫ରୁ ଅଧିକ ସଂକ୍ରମିତ
/sambad/media/post_attachments/wp-content/uploads/2020/10/white-house.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)