ମୂଲ୍ୟ ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ: ଏବେ ୩୦୦ଟଙ୍କାରେ କୋଭିସିଲ୍ଡ ଟିକାର ଗୋଟେ ‌ଡୋଜ କିଣିପାରିବେ ରାଜ୍ୟ ସରକାର

ନୂଆଦିଲ୍ଲୀ: କୋଭିସିଲ୍ଡ ଟିକାର ଡୋଜ ପିଛା ମୂଲ୍ୟ ହ୍ରାସ କଲା ସେରମ ଇନଷ୍ଟିଚ୍ୟୁଟ। ପୂର୍ବରୁ ୪୦୦ଟଙ୍କା ଦେଇ ରାଜ୍ୟ ସରକାର କୋଭିସିଲ୍ଡ ଟିକାର ଗୋଟେ ଡୋଜ କିଣୁଥିବା ବେଳେ ଏବେ ଏହାର ଦାମ କମ କରିଛି ସେରମ ଇନଷ୍ଟିଚ୍ୟୁଟ। ଏବେ ରାଜ୍ୟ ସରକାର ୩୦୦ଟଙ୍କା ଦେଇ କୋଭିସିଲ୍ଡ ଟିକାର ଗୋଟେ ଡୋଜ କିଣିବେ। ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦର ପୁନାୱାଲା।

ଟୁଇଟରେ ଲେଖାଯାଇଛି ଯେ, ସେରମ୍ ଇନଷ୍ଟିଚ୍ୟୁଟ ଇଣ୍ଡିଆ ତରଫରୁ ରାଜ୍ୟଗୁଡିକ ପାଇଁ କୋଭିସିଲ୍ଡର ମୂଲ୍ୟକୁ ୪୦୦ଟଙ୍କାରୁ ୩୦୦ଟଙ୍କାକୁ ହ୍ରାସ କରାଯାଇଛି, ଖୁବଶୀଘ୍ର ଏହା ଲାଗୁ ହେବ। ଏହାଦ୍ୱାରା ରାଜ୍ୟ ପାଣ୍ଠିର ହଜାର ହଜାର କୋଟି ସଞ୍ଚୟ ହେବ। ଏହା ଟିକାକରଣକୁ ସକ୍ଷମ କରିବ ଏବଂ ଅଗଣିତ ଜୀବନ ରକ୍ଷା କରିବ ବୋଲି ଲେଖିଛନ୍ତି ଅଦର ପୁନାୱାଲା।

ndtv

ପୂର୍ବରୁ ଦାମକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଏହାକୁ କମ କରିବା ପାଇଁ ମଧ୍ୟ ଦୁଇଟି ଟିକା ନିର୍ମାତାଙ୍କୁ କୁହାଯାଇଥିଲା। ଏବେ ଅଦର ପୁନାୱାଲାଙ୍କ ଏହି ନିଷ୍ପତ୍ତି ରାଜ୍ୟକୁ ଟିକା କ୍ରୟ କରିବାରେ ସାହାଯ୍ୟ କରିବା ସହ ଅଗଣିତ ଜୀବନ ରକ୍ଷା କରାଯାଇପାରିବ।

ସମ୍ବନ୍ଧିତ ଖବର