ନୂଆଦିଲ୍ଲୀ, : ଡେଲ୍ଟା ପ୍ରଜାତି ଦ୍ବାରା କୋଭିଡ ମୃତ୍ୟୁ ରୋକିବାରେ କୋଭିସିଲ୍ଡ ଏବଂ ଫାଇଜର କୋଭିଡ୍ ଟିକାର ୨ଟି ଡୋଜ୍ ୯୦ ପ୍ରତିଶତ ଫଳପ୍ରଦ। ନ୍ୟୁ ଇଂଲଣ୍ଡ୍ ଜର୍ନାଲ୍ ଅଫ ମେଡିସିନରେ ପ୍ରକାଶିତ ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଅଧ୍ୟୟନ କହୁଛି, ଫାଇଜର-ବାୟୋଏନଟେକ୍ ଟିକା କୋଭିଡ ମୃତ୍ୟୁ ବିରୋଧରେ ୯୦ ପ୍ରତିଶତ ଫଳପ୍ରଦ ଏବଂ ଅକ୍ସଫୋର୍ଡ-ଆଷ୍ଟ୍ରାଜେନେକା ଟିକା କୋଭିଡ୍ ମୃତ୍ୟୁ ବିରୋଧରେ ୯୧ ପ୍ରତିଶତ ଫଳପ୍ରଦ। ଡେଲ୍ଟା ପ୍ରଜାତି ବିଶ୍ବବ୍ୟାପୀ ବିଭିନ୍ନ ରାଷ୍ଟ୍ରରେ ଏକ ପ୍ରଭାବୀ ପ୍ରଜାତି ହୋଇଛି। ଡେଲ୍ଟା ପାଇଁ ବିପଦ ଅଧିକ ବଢ଼ୁଛି। କିନ୍ତୁ ଅଧ୍ୟୟନ କହୁଛି କୋଭିସିଲ୍ଡ ଏବଂ ଫାଇଜର୍ର ୨ଟି ଯାକ ଡୋଜ୍ ନେଇଥିବା ଲୋକ ଡେଲ୍ଟା ପ୍ରଜାତିରେ ସଂକ୍ରମିତ ହେଲେ ବି ମୃତ୍ୟୁ କବଳରୁ ସୁରକ୍ଷା ମିଳିପାରିବ। ଉପରୋକ୍ତ ୨ଟି ଟିକାର ୨ଟି ଯାକ ଡୋଜ୍ ମୃତ୍ୟୁ ବିରୋଧରେ ୯୦ ପ୍ରତିଶତ ଫଳପ୍ରଦ।
ମୃତ୍ୟୁ ରୋକିବାରେ କୋଭିସିଲ୍ଡ, ଫାଇଜର ୯୦% ଫଳପ୍ରଦ
/sambad/media/post_attachments/wp-content/uploads/2021/10/acastro_200311_3936_coronavirus_0002.0.0.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)