ବଜାରରେ ବିକ୍ରି ପାଇଁ ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’କୁ ସରକାରୀ ଅନୁମୋଦନ

ନୂଆଦିଲ୍ଲୀ: ସବୁ ସମୟରେ ବଜାରରେ ବିକ୍ରୟ ଲାଗି କୋଭିଡ୍‌ ନିରୋଧୀ ଟିକା ‘କୋଭିସିଲ୍‌ଡ୍‌’ ଏବଂ ‘କୋଭାକ୍ସିନ୍‌’କୁ ଭାରତର ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ ଅଥରିଟି’ର ଏକ ବିଶେଷଜ୍ଞ କମିଟି ଅନୁମୋଦନ ଦେଇଛି। କୌଣସି ଟିକାକୁ ‘ମାର୍କେଟ୍‌ ଅଥରାଇଜେସନ୍‌ ଲେବଲ୍‌’ ଦେବା ଅର୍ଥ ସଂରକ୍ଷଣ ଏବଂ ସର୍ତ୍ତାବଳୀ ବିନା ତାହାକୁ ବ୍ୟବହାର ପାଇଁ ସ୍ବୀକୃତି ଦିଆଯିବା।

‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ଙ୍କ (ଏସ୍‌ଇସି) ଠାରୁ ଉପରୋକ୍ତ ଅନୁମୋଦନ ଆସିଛି ବୋଲି ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ଭାରତ ବାୟୋଟେକ୍‌’ ସୁନିଶ୍ଚିତ କରିଛନ୍ତି।

‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ (ସିଡିଏସ୍‌ସିଓ) ମଧ୍ୟ ଏ ପ୍ରସଙ୍ଗକୁ ସୁନିଶ୍ଚିତ କରି ଟୁଇଟ୍‌ କରିଛନ୍ତି, ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’ ଟିକାକୁ ‘ଏସ୍‌ଇସି ’ଜରୁରୀକାଳୀନ ପରିସ୍ଥିତିରେ ସୀମିତ ବ୍ୟବହାର ପାଇଁ ଥିବା କଟକଣାରୁ ମୁକ୍ତ କରିବା ସହ ପ୍ରାପ୍ତ ବୟସ୍କଙ୍କ କ୍ଷେତ୍ରରେ ଏହି ନୂତନ ଔଷଧକୁ ପ୍ରୟୋଗ କରିବା ଲାଗି ସସର୍ତ୍ତ ଅନୁମତି ଦେଇଛି। ‘ଡିସିଜିଆଇ’ ଏହି ଅନୁମୋଦନର ମୂଲ୍ୟାୟନ କରି ତା’ର ନିଷ୍ପତ୍ତି ଜଣାଇବ।

Image Courtesy of India Today

ସରକାରୀସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଏଥିପାଇଁ ‘ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ’ ଏବଂ ‘ଭାରତ ବାୟୋଟେକ୍‌’ଙ୍କ ଆବେଦନକୁ ବୁଧବାର ଦିନ ଦ୍ବିତୀୟ ଥର ଲାଗି ‘ସେଣ୍ଟ୍ରାଲ୍‌ ଡ୍ରଗ୍‌ସ୍‌ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍‌ ଅର୍ଗାନାଇଜେସନ୍‌’ର ‘ସବ୍‌ଜେକ୍ଟ୍‌ ଏକ୍ସପର୍ଟ କମିଟି’ ସମୀକ୍ଷା କରିବା ପରେ କିଛି ସର୍ତ୍ତାବଳୀ ସହ ‘କୋଭିସିଲ୍‌ଡ୍‌’ ଓ ‘କୋଭାକ୍ସିନ୍‌’କୁ ବଜାରରେ ବିକ୍ରୟ କରିବା ପାଇଁ ଅନୁମତି ପ୍ରଦାନ କରିଛି।

‘କୋୱିନ୍‌’ରେ ପଞ୍ଜିକୃତ ହୋଇଥିବା କ୍ଲିନିକ୍‌ ଏବଂ ହସ୍ପିଟାଲ୍‌ଗୁଡ଼ିକରେ ଏହି ଟିକା ସବୁ ମିଳିବ। ଟିକା ଦେବା ସମୟରେ ଉକ୍ତ କ୍ଲିନିକ୍‌ ଏବଂ ହସ୍ପିଟାଲ୍‌ ‘କୋୱିନ୍‌’ରେ ପୂର୍ଣ୍ଣ ବିବରଣୀ ଉଲ୍ଲେଖ କରିବେ।

ସମ୍ବନ୍ଧିତ ଖବର