ଖୁବ ଶୀଘ୍ର ଆପଣଙ୍କ ନିକଟସ୍ଥ ଔଷଧ ଦୋକାନରେ ଉପଲବ୍ଧ ହେବ କୋଭିସିଲ୍ଡ, କୋଭାକ୍ସିନ ଟିକା

ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନା ଟିକା କୋଭାକ୍ସିନ ଓ କୋଭିସିଲଡ । ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ) ଖୁବଶୀଘ୍ର ଏହି ଦୁଇଟି ଟିକାକୁ ନିୟମିତ ବଜାର ଅନୁମତି ପ୍ରଦାନ କରିବାର ସମ୍ଭାବନା ରହିଛି । ବଜାରରେ ଅର୍ଥାତ୍ ଔଷଧ ଦୋକାନରେ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାର ମୂଲ୍ୟ  ଡୋଜ୍ ପିଛା ୨୭୫ ଟଙ୍କାରୁ ଅଧିକ ହେବ ନାହିଁ । ଏହା ଉପରେ ଅତିରିକ୍ତ ସର୍ଭିସ ଚାର୍ଜ (ସେବା କର) ୧୫୦ ଟଙ୍କା ଲାଗୁ ହେବ ।

ଦେଶରେ କରୋନା ଟିକାର ଉପଲବ୍ଧତାକୁ ଆହୁରି ସୁଗମ କରିବାକୁ ସରକାର ଏହି ପଦକ୍ଷେପ ନେବାକୁ ଯାଉଛନ୍ତି । ନିୟମିତ ବଜାର ଅନୁମତି ପାଇଁ ଉଭୟ ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ ବହୁଦିନ ହେଲା ଦାବି କରିଆସୁଥିଲେ । ଗତ ବର୍ଷ ଅକ୍ଟୋବର ୨୫ରେ ସେରମ ପକ୍ଷରୁ ନିୟମିତ ବଜାର ଅନୁମତି ପାଇଁ ଆବେଦନ କରାଯାଇଥିଲା ।

ଏବେ ଉଭୟ କୋଭାକ୍ସିନ ଓ କୋଭିସିଲଡ ଟିକାକୁ ଡିସିଜିଆଇ  ପକ୍ଷରୁ ଜରୁରୀକାଳୀନ ବ୍ୟବହାର ଅନୁମତି ପ୍ରଦାନ କରାଯାଇଛି । ଏହି ଦୁଇ ଟିକାକୁ ଦେଶରେ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଟିକାକରଣରେ ବହୁଳ ବ୍ୟବହାର କରାଯାଉଛି । ଏବେ ଘରୋଇ ହସପିଟାଲରେ ଗୋଟିଏ ଡୋଜ୍ କୋଭାକ୍ସିନର ମୂଲ୍ୟ ୧୨୦୦ ଟଙ୍କା ଓ ଗୋଟିଏ ଡୋଜ୍ କୋଭିସିଲଡର ମୂଲ୍ୟ ୭୮୦ ଟଙ୍କା ମିଳୁଛି । ତେବେ ଏହି ମୂଲ୍ୟରେ ସେବା କର ଅନ୍ତର୍ଭୁକ୍ତ ରହିଛି ।

ସମ୍ବନ୍ଧିତ ଖବର