ନୂଆଦିଲ୍ଲୀ: ପୁଣେସ୍ଥିତ ସିରମ୍ ଇନ୍ଷ୍ଟିଚ୍ୟୁଟ୍ ଦ୍ବାରା ପ୍ରସ୍ତୁତ କୋଭିସିଲ୍ଡ ଟିକାର ଦୁଇଟି ମାତ୍ରା ମଧ୍ୟରେ ବ୍ୟବଧାନ ୧୨ରୁ ୧୬ ସପ୍ତାହ ଥିବା ବେଳେ ଏବେ ଏହାକୁ କମାଇ ୮-୧୬ ସପ୍ତାହ କରାଯାଇଛି। ଏବେ ଆପଣ ପ୍ରଥମ ଡୋଜ ନେବାର ୮-୧୬ ସପ୍ତାହ ପରେ ଦ୍ବିତୀୟ ଡୋଜ ନେଇ ପାରିବେ। ଟିକାକରଣ ଉପରେ ସମସ୍ତ ନିଷ୍ପତ୍ତି ନେଉଥିବା ଭାରତର ନାସନାଲ୍ ଟେକ୍ନିକାଲ୍ ଆଡ୍ଭାଇଜରି ଗ୍ରୁପ୍ ଅନ୍ ଇମ୍ୟୁନାଇଜେସନ୍ (ଏନ୍ଟିଏଜିଆଇ) ଆଜି ସରକାରଙ୍କୁ କୋଭିସିଲ୍ଡ ଟିକାର ବ୍ୟବଧାନ କମ କରିବା ପାଇଁ ପରାମର୍ଶ ଦେଇଛି। ବର୍ତ୍ତମାନ ଲୋକେ ୧୨ରୁ ୧୬ ସପ୍ତାହ ବ୍ୟବଧାନରେ କୋଭିସିଲ୍ଡ ଟିକା ନେଉଛନ୍ତି।
ଗତବର୍ଷ ଉକ୍ତ ଟିକା ପାଇଁ ଦୁଇ ମାତ୍ରା ମଧ୍ୟରେ ଥିବା ବ୍ୟବଧାନ ଦୁଇଥର ବଦଳାଯାଇଥିବା ବେଳେ ଆଜି ପୁଣି ଏହାର ବ୍ୟବଧାନରେ ପରିବର୍ତ୍ତନ ଅଣାଯାଇଛି। ପୂର୍ବରୁ ମୂଳ ଅବଧି ୨୮ ଦିନ ଥିବାବେଳେ ମାର୍ଚ୍ଚ ୨୦୨୧ରେ ତାହାକୁ ୬ରୁ ୮ ସପ୍ତାହ ଯାଏ ବଢ଼ାଯାଯାଇଥିଲା। ତେବେ ହାଇଦ୍ରାବାଦସ୍ଥିତ ଭାରତ ବାୟୋଟେକ୍ ଦ୍ବାରା ପ୍ରସ୍ତୁତ କୋଭାକ୍ସିନ୍ ଟିକାର ଦୁଇ ମାତ୍ରା ଭିତରେ ୨୮ଦିନର ଅବଧି ରହିଥିବା ବେଳେ ଏଥିରେ କୌଣସି ପରିବର୍ତ୍ତନ ପାଇଁ ଏନ୍ଟିଏଜିଆଇ ପ୍ରସ୍ତାବ ଦେଇନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/ସ-155.jpg)