ନୂଆଦିଲ୍ଲୀ : ଦେଶର ସ୍ବଦେଶୀ କରୋନା ଟିକା କୋଭାକ୍ସିନ୍ ଲକ୍ଷଣ ଥିବା ରୋଗୀଙ୍କଠାରେ ୭୭.୮ ପ୍ରତିଶତ ଫଳପ୍ରଦ। ଏକ ଅଧ୍ୟୟନରୁ ଏହା ଜଣାପଡ଼ିଛି। ଏହି ଅଧ୍ୟୟନ ରିପୋର୍ଟ ଲାନସେଟ୍ରେ ପ୍ରକାଶ ପାଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଭାରତ ବାୟୋଟେକ୍ର କୋଭାକ୍ସିନ୍କୁ ଏମର୍ଜେନ୍ସି ବ୍ୟବହାର ପାଇଁ ତାଲିକାଭୁକ୍ତ କରିବାପରେ ଲାନସେଟରେ ଏହି ଅଧ୍ୟୟନ ପ୍ରକାଶ ପାଇଛି। ଦେଶରେ ଟିକାକରଣ ଆରମ୍ଭଠାରୁ ଏଯାବତ୍ ୧୨ କୋଟିରୁ ଅଧିକ ଡୋଜ୍ ସ୍ବଦେଶୀ ଟିକା ଲୋକମାନଙ୍କୁ ଦିଆସରିଛି। କୋଭାକ୍ସିନକୁ ନେଇ ହୋଇଥିବା ଅଧ୍ୟୟନରୁ ଏହା ଜଣାପଡ଼ିଛି ଯେ, କୋଭାକ୍ସିନ୍ ଲକ୍ଷଣ ଥିବା ରୋଗୀଙ୍କଠାରେ ୭୭.୮ ପ୍ରତିଶତ ଫଳପ୍ରଦ ଏବଂ ଲକ୍ଷଣ ନଥିବା ରୋଗୀଙ୍କଠାରେ ୬୩.୬ ପ୍ରତିଶତ ଫଳପ୍ରଦ।
ଲକ୍ଷଣ ଥିବା ରୋଗୀଙ୍କଠାରେ କୋଭାକ୍ସିନ୍ ୭୭.୮% ଫଳପ୍ରଦ
/sambad/media/post_attachments/wp-content/uploads/2021/11/covaxin-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)