ଜୟପୁର: ରାଜସ୍ଥାନ ସରକାର ଏଭଳି ଏକ ପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ଯେ, ଏଣିକି ରାଜସ୍ଥାନରେ ଯଦି ମଦ ପିଇବେ ଗୋମାତାଙ୍କ ସେବା କରିବାକୁ ପଡ଼ିବ। ବସୁନ୍ଧରା ରାଜେ ସରକାରଙ୍କ ଅବକାରୀ ବିଭାଗ ଏଭଳି ନିୟମ ପ୍ରସ୍ତୁତ କରିଛନ୍ତି। ରାଜସ୍ଥାନ ସରକାର ଅବକାରୀ ବିଭାଗର ପ୍ରସ୍ତାବକୁ ସର୍କ୍ୟୁଲାର ମାଧ୍ୟମରେ କ୍ୟାବିନେଟ୍‌ରେ ଜାରି କରିଛି, ଯାହାରି ଭିତରେ ଏହି ପ୍ରସ୍ତାବ ମଧ୍ୟ ଅଛି। ମଦ ବିକ୍ରୀ ଉପରେ ଗାଈ ଟିକସ ଲଗାଯାଉ। ଏଥି ପାଇଁ ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଯାଇଛି। ଅର୍ଥ ବିଭାଗ ଏହା ନିର୍ଦ୍ଧାରଣ କରିବେ ଯେ, ମଦ ବିକ୍ରୀ ଉପରେ କେତେ ଗାଈ ଟିକସ ଲଗାଯିବ।

Advertisment

publive-image

ରାଜସ୍ଥାନର ବସୁନ୍ଧରା ସରକାରକୁ ହିଙ୍ଗୋନିଆ ଗୋଶାଳାରେ ହଜାର ସଂଖ୍ୟାରେ ଗାଈମାନଙ୍କ ମୃତ୍ୟୁ ପରେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏଥି ପାଇଁ ସରକାର ପାଣ୍ଠି ସଂଗ୍ରହ କରିବାକୁ ଏଭଳି ପଦକ୍ଷେପ ଗ୍ରହଣ କରୁଛନ୍ତି। ସରକାର ସର୍ବାଧିକ ରାଜସ୍ୱ ସଂଗ୍ରହ କରୁଥିବା ଅବକାରୀ ବିଭାଗକୁ ପଚାରିଥିଲା ଯେ, କେଉଁ ପ୍ରକ୍ରିୟାରେ ଗୋମାତା ସେବା ପାଇଁ ଟଙ୍କା ସଂଗ୍ରହ କରିପାରିବେ। ଜବାବରେ ଅବକାରୀ ବିଭାଗ ପ୍ରତି ମଦ ବୋତଲ ବ୍ୟତୀତ ବାର ଓ ହୋଟେଲରେ ପ୍ରତ୍ୟେକ ପ୍ୟାକ୍‌ ଉପରେ ଗାଈ ଟିକସ ଲଗାଇବାକୁ ପ୍ରସ୍ତାବ ପଠାଇଥିଲା। ସରକାର ଏହାକୁ ସର୍କ୍ୟୁଲାର ମାଧ୍ୟମରେ କ୍ୟାବିନେଟରେ ପ୍ରସ୍ତାବ ରଖିଛନ୍ତି। କ୍ୟାବିନେଟରେ ମୋହର ଲାଗିବା ପରେ ରାଜସ୍ଥାନରେ ଏହି ନୂତନ ଟିକସ ଲାଗୁ ହୋଇଯିବ। ଏଥି ପାଇଁ ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଯାଇଛି।

publive-image

ସଂସଦୀୟ କାର୍ଯ୍ୟମନ୍ତ୍ରୀ ରାଜେନ୍ଦ୍ର ରାଠୋର କହିଛନ୍ତି, ଅବକାରୀ ବିଭାଗର ପ୍ରସ୍ତାବକୁ ଅର୍ଥ ବିଭାଗ ଅଧ୍ୟୟନ କରିବ। ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ପ୍ରସ୍ତାବ ଉପରେ ଅନ୍ତିମ ନିଷ୍ପତ୍ତି ନେବେ। ଏହା ପୂର୍ବରୁ ରାଜସ୍ଥାନରେ ବସୁନ୍ଧରା ସରକାର ଷ୍ଟାମ୍ପ ଡ୍ୟୁଟି ଉପରେ ୧୦ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ଗାଈ ଟିକସ ଲଗାଇଥିଲେ। ଏହା ଦ୍ୱାରା ସରକାରଙ୍କୁ ପାଖାପାଖି ୩୦୦ କୋଟି ଟଙ୍କା ମିଳିଥିଲା। ରାଜ୍ୟର ୧୬୦୦ ଗୋଶାଳାରେ ୬ ଲକ୍ଷ ଗୋ-ଧନକୁ ସହାୟତା ରାଶି ଦିଆଯାଉଛି କିନ୍ତୁ ଗୋଶାଳାର ମାଲିକମାନେ ଆହୁରି ଅଧିକ ଟଙ୍କା ଦାବି କରୁଛନ୍ତି।