ନୂଆଦିଲ୍ଲୀ: ଉତ୍ପାଦନ ବୃଦ୍ଧି ନିମନ୍ତେ ରାସାୟନିକକ ସାର ପରିବର୍ତ୍ତେ ଜୈବ-କୃଷି କୌଶଳ ଉପରେ ପ୍ରାଧାନ୍ୟ ଦେବା ପାଇଁ ଆଜି ‘ନ୍ୟାସ୍ନାଲ୍ କନ୍କ୍ଲେଭ୍’ରେ ପ୍ରଧାନମନ୍ତ୍ରୀ ମୋଦୀ କୃଷକମାନଙ୍କୁ ପରାମର୍ଶ ଦେଇଛନ୍ତି।
ଗୁଜରାଟର ଆନନ୍ଦ ଜିଲ୍ଲାରେ ଆୟୋଜିତ ‘ନ୍ୟାସ୍ନାଲ୍ କନ୍କ୍ଲେଭ୍ ଅନ୍ ନେଚୁରାଲ୍ ଫାର୍ମିଙ୍ଗ୍’ରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଲେ, ଆମେ ଜୈବ-କୃଷି କୌଶଳ ଅବଲମ୍ବନ କରିବା ଆବଶ୍ୟକ। ଆପଣମାନଙ୍କ କୃଷି ଉତ୍ପାଦନକୁ ସୁରକ୍ଷିତ ରଖିବା ସମସ୍ୟାକୁ ଦେଶୀୟ ଗାଈଙ୍କ ଗୋବର ଓ ମୂତ୍ର ସହାୟକ ହେବା ସହ ଅମଳ ମଧ୍ୟ ବୃଦ୍ଧି କରିବ। ପ୍ରାକୃତିକ ଭାବେ ସବୁ କିଛି କରାଯାଇପାରିବ। ଏମିତି କରିବାଦ୍ବାରା ସାର କିଂବା କୌଣସି ‘କିଟ୍’ ପାଇଁ ଆମକୁ ଅର୍ଥ ବ୍ୟୟ କରିବାକୁ ପଡ଼ିବ ନାହିଁ। ଶସ୍ୟର ନଡ଼ାକୁ ବି ସାର ରୂପେ ବ୍ୟବହାର କରିହେବ।
ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଲେ ଯେ, ରାସାୟନିକ ସାର ଏବଂ ଖତ ଆମଦାନି ପାଇଁ ସରକାର ବହୁ ଅର୍ଥ ବ୍ୟୟ କରୁଛନ୍ତି। ଏଥିଯୋଗୁଁ କୃଷକମାନଙ୍କ ଆୟ ପ୍ରଭାବିତ ହେଉଛି। କୃଷକମାନଙ୍କୁ ଅବଶ୍ୟ ଫସଲ ଉତ୍ପାଦନ ଏବଂ ବିକ୍ରୟ ପାଇଁ ସୁହାଇବା ଭଳି ବିକଳ୍ପ ସବୁ ଦିଆଯାଇଛି।
କୃଷିକୁ ରସାୟନ ଶାସ୍ତ୍ର ପରୀକ୍ଷାଗାରରୁ ନେଇ ଆମକୁ ପ୍ରକୃତିର ପରୀକ୍ଷାଗାର ସହ ସଂଯୁକ୍ତ କରିବାକୁ ପଡ଼ିବ। ମୁଁ କହୁଥିବା ପ୍ରାକୃତିକ ପରୀକ୍ଷାଗାର ପୂର୍ଣ୍ଣରୂପେ ବିଜ୍ଞାନ ଆଧାରିତ। ମଞ୍ଜିରୁ ମାଟି ପର୍ଯ୍ୟନ୍ତ ସବୁ କିଛିର ପ୍ରାକୃତିକ ସମାଧାନ ହୋଇପାରିବ।
ଆଧୁନିକ ସମୟରେ ଆମେ ପାରମ୍ପରିକ କୃଷି ପଦ୍ଧତି ଗ୍ରହଣ କରିବା ଆବଶ୍ୟକ। କୃଷି କୌଶଳରେ ବିପ୍ଳବ ନିମନ୍ତେ ଆମେ ପ୍ରଯୁକ୍ତିବିଦ୍ୟା ଉପଯୋଗ କରିବା ଆବଶ୍ୟକ।
ପ୍ରାକୃତିକ କୃଷି ଦେଶର ୮୦% କ୍ଷୁଦ୍ର ଚାଷୀଙ୍କୁ ସବୁଠୁ ଅଧିକ ଲାଭବାନ୍ କରିବ। ୨ ହେକ୍ଟର୍ରୁ କମ୍ ଜମିଥିବା କ୍ଷୁଦ୍ର ଚାଷୀମାନେ ରାସାୟନିକ ସାର ପିଛେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରୁଛନ୍ତି। କିନ୍ତୁ, ପ୍ରାକୃତିକ ସାର ବ୍ୟବହାର କେଲ ସେମାନେ ଉପକୃତ ହେବେ।