ହଷ୍ଟେଲ୍‌ ଭିତରେ ପଶି ପିଲାଙ୍କ ପାଠ ବହି ଖାଇ ପକାଇଲା ଗାଈ

ମୁମ୍ବାଇ: ଗାଈମାନେ ଘାସ-ପତର, ପେଜ-ତୋରାଣୀ ଆଦି ଖାଇଥିବାର ଆପଣ ଦେଖିଥିବେ ନିଶ୍ଚୟ। ହେଲେ କେବେ କେଉଁ ଗାଈକୁ କାଗଜପତ୍ର ଖାଇଯିବାର ଦେଖିଛନ୍ତି? ମାତ୍ର ମୁମ୍ବାଇର ଆଇଆଇଟି ଛାତ୍ର ହଷ୍ଟେଲ୍‌ରେ ଏପରି ଏକ ମଜାଦାର ଘଟଣା ଦେଖିବାକୁ ମିଳିଛି। ଗାଇ କାଗଜପତ୍ର ଖାଉଥିବା ଖବର ଏବେ ଚର୍ଚ୍ଚା ଜୋର୍‌ ଧରିଛି।

ମୁମ୍ବାଇ ଆଇଆଇଟି ଛାତ୍ରଙ୍କ ହଷ୍ଟେଲ୍‌ ନମ୍ବର ୩ରେ ଅଚାନକ ଏକ ଗାଈ ପଶି ଯାଇଥିଲା। ଉକ୍ତ ଗାଈଟିର ଫଟୋ ଏବେ ସୋସିଆଲ୍‌ ମିଡିଆରେ ବୁଲିବାରେ ଲାଗିଛି। ଗାଈଟି ହଷ୍ଟେଲ୍‌ ଭିତରେ ପାଶି ବୁଲି କରି ପଳେଇ ଆସିନି ବରଂ ତାହା ମଧ୍ୟରେ ଥିବା ଛାତ୍ରମାନଙ୍କ ବହିଖାତାରୁ କେତୋଟି ପୃଷ୍ଠାକୁ ଚିିରିକି ଖାଇ ଦେଇଥିବା ସୂଚନା ରହିଛି।

ଏହି ଫଟୋଟି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଅନେକ ମଜାମଜା ପ୍ରତିକ୍ରିୟା ସବୁ ପ୍ରକାଶ ପାଇଛି। ଜଣେ ସୋସିଆଲ୍‌ ମିଡିଆ ବ୍ୟବହାରକାରୀ ଜଣାଇଛନ୍ତି ଯେ ‘ଏହି ଅଞ୍ଚଳରେ କୁକୁରଙ୍କ ସଂଖ୍ୟା ପ୍ରବଳ ଥିଲା। ଏବେ ଗାଈ ସଂଖ୍ୟା ବି ବଢ଼ିଗଲା। ଆଇଆଇଟି କର୍ତ୍ତପକ୍ଷ ଏ ଦିଗକୁ ଧ୍ୟାନ ଦେବା ଜରୁରୀ।’

ଏପରି ଘଟଣା ଆଇଆଇଟି କ୍ୟାମ୍ପରେ ନୂଆ ନୁହେଁ। ପୂର୍ବରୁ ମଧ୍ୟ ମୁମ୍ବାଇ ଆଇଆଇଟି ଶ୍ରେଣୀ ଗୃହରେ ପାଠ ପଢ଼ା ଚାଲିଥିବା ବେଳେ ଏକ ଗାଈ ପଶି ଆସିଥିଲା। ଏହାର ଭିଡିଓ ସୋସିଆଲ୍‌ ମିଡିଆରେ ପ୍ରକାଶ ପାଇବା ପରେ ବହୁ ମଜା ମଜା କମେଣ୍ଟ ସବୁ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର