କାମଧେନୁ ଗାଈ: ବିନା ବାଛୁରୀରେ ୧୫ ବର୍ଷ ହେଲା ଏହି ଗାଈ ଦେଉଛି କ୍ଷୀର

ମୟୁରହଣ୍ଡ: ବିନା ବାଛୁରୀରେ ଗାଈ ଦେଉଛି କ୍ଷୀର, କଥାଟି ଶୁଣିବାକୁ ଟିକେ ଅଜବ ଲାଗୁଛି କି ? କିନ୍ତୁ ଏକଥା ଏକଦମ ସତ | ଝାଡ଼ଖଣ୍ଡର ମୟୁରହଣ୍ଡ ଅଂଚଳର କୃଷ୍ଣ ସିଂହଙ୍କ ପାଖରେ ଏହି ଗାଈଟି ଅଛି | ପାଖାପାଖି ୧୫ ବର୍ଷ ହେଲା ବିନା ବାଛୁରୀ ଜନ୍ମ କରି ଗାଈଟି କ୍ଷୀର ଦେବା ଘଟଣାକୁ ନେଇ ଉଭୟ ପ୍ରାଣୀ ଚିକିତ୍ସକ ଓ ଗାଈ ମାଲିକ ଆଶ୍ଚର୍ଯ୍ୟ ହୋଇଛନ୍ତି | ମିଳିଥିବା ସୂଚନା ମୁତାବକ କୃଷ୍ଣ ସିଂହ ଏହି ଗାଈଟିକୁ ୨୦୦୫ ମସିହାରେ ହଜାରୀବାଗରୁ କିଣିଥିଲେ |

ତିନିମାସର ବାଛୁରୀ ସହ ଗାଈଟିକୁ ୨୦ ହଜାର ଟଙ୍କାରେ କୃଷ୍ଣ କିଣିଥିଲେ | ସେତେବେଳେ ଗାଈଟି ଦିନକୁ ୮ ଲିଟର କ୍ଷୀର ଦେଉଥିଲା | ବର୍ଷେ ପରେ ଗାଈଟି ୫ ଲିଟର କ୍ଷୀର ଦେଉଥିଲା | ଏହା ପରେ ଗାଈଟିର ଆଉ ଗର୍ଭଧାରଣ ହୋଇନଥିଲା | ଏହାକୁ ନେଇ କୃଷ୍ଣ, ପଶୁଵିଜ୍ଞାନୀଙ୍କ ସହ ଯୋଗାଯୋଗ କରିଥିଲେ ବି କୌଣସି ସୁଫଳ ମିଳିନଥିଲା | ତେବେ ଗାଈଟି ବାଛୁରୀ ସିନା ଜନ୍ମ କରିନଥିଲା କିନ୍ତୁ କ୍ଷୀର ଦେବାରେ କୌଣସି ହେଲା କରିନଥିଲା | ଆଉ ଗାଈଟିକୁ ନେଇ କୃଷ୍ଣ ସିଂହ ଓ ତାଙ୍କ ପରିବାର ବହୁତ ଖୁସି |

ସେମାନଙ୍କ କହିବା ମୁତାବକ ଗୋମାତାଙ୍କ କୃପାରୁ ଏଭଳି ସମ୍ଭବ ହୋଇଛି | ଯେବେ ବି କ୍ଷୀର ଆବଶ୍ୟକ ହୁଏ, କୃଷ୍ଣ ସିଂହ ଗାଈଠାରୁ କ୍ଷୀର ପାଇଥାନ୍ତି | ଏହି ଘଟଣାକୁ ନେଇ ଜିଲ୍ଲା ପଶୁପାଳନ ଅଧିକାରୀ ଅନିଲ କୁମାର ସିଂହ କହିଛନ୍ତି ଯେ ଏହି ଘଟଣାଟି ସମ୍ପୂର୍ଣ୍ଣ ଭିନ୍ନ | ବିନା ବାଛୁରୀରେ ୪ ବର୍ଷ ଯାଏଁ ଗାଈ କ୍ଷୀର ଦେବା ଉଦାହରଣ ଅଛି | କିନ୍ତୁ ୧୫ ବର୍ଷ ହେଲା ଗାଈଟି କ୍ଷୀର ଦେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି |

ସମ୍ବନ୍ଧିତ ଖବର