ଗୌହ୍ବାଟୀ: ମାରାତ୍ମକ କରୋନା ଭାଇରସ୍‌ ସହ ଲଢ଼ିବା ପାଇଁ ବଡ଼ ବଡ଼ ଗବେଷକମାନେ ହାର୍‌ ମାନି ଯାଇଥିବା ବେଳେ ଏକ ଆଶ୍ଚର୍ଯ୍ୟଜନକ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଆସାମର ବିଜେପି ବିଧାୟିକା ସୁମନ ହରିପ୍ରିୟା। ହଜୋ ବିଧାନସଭା ନିର୍ବାଚନ ମଣ୍ଡଳୀର ଏହି ବିଧାୟିକା କହିଛନ୍ତି, ‘କରୋନା ଭାଇରସ୍‌ ହେଉଛି ପବନରେ ବ୍ୟାପୁଥିବା ଭଳି ଏକ ରୋଗ। ଗୋମୁତ୍ର ଏବଂ ଗୋବର ଦ୍ବାରା ଏହାର ଉପଚାର କରାଯାଇ ପାରେ।’

Advertisment

କେବଳ ସେତିକି ନୁହେଁ, ସେ ଆହୁରି ବି କହିଛନ୍ତି ଯେ ‘ଗ‌ାଈ ଗୋବର ପକାଇ ହୋମ କରିବା ଦ୍ବାରା  କରୋନାକୁ ହରାଯାଇ ପାରେ। ଏହାଦ୍ବାରା ଚୀନର ବାୟୁମଣ୍ଡଳ ପରିଷ୍କୃତ ହୋଇଯିବ। ଚୀନର ଉହାନ ସହରର ପ୍ରଦୂଷିତ ବାୟୁ ହେତୁ ଏହି ଭାଇରସ୍‌ ବ୍ୟାପିଛି। ତେଣୁ ସେଠାରେ ହୋମ ଜରିଆରେ ବ‌ାୟୁ ମଣ୍ଡଳ ପରିଷ୍କାର କରିବା ଦରକାର।’

publive-image India TV

ବାୟୁକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ପୂର୍ବକାଳରେ ଋଷି, ମୁନୀମାନେ ଏପରି କରୁଥିଲେ। ଆମ ସରକାର ବି ଏହି ପରି କରିବା ଉଚିତ ବୋଲି ସେ ବୟାନ ଦେଇଛନ୍ତି।

ଗୋମୁତ୍ର, ଗୋବର, ଓ ଦୁଗ୍ଧ ଦ୍ବାରା ପୂର୍ବ କାଳର ଲୋକେ ନାନା ରୋଗ ଭଲ କରୁଥିଲେ ଓ ଯାହା ଫଳରେ ସେମାନଙ୍କ ଆୟୁ ହଜାର ହଜାର ବର୍ଷ ହେଉଥିବା ବୋଲି ସେ ବିଶ୍ବାସ କରନ୍ତି। ଗୋମୂତ୍ର ଓ ଗୋବରରୁ ବହୁ ଔଷଧ ପ୍ରସ୍ତୁତ ହୋଇଛି ବୋଲି ଦାବି କରି ସେ ସରକାରଙ୍କୁ ଏ ବିଷୟରେ ଚନ୍ତା କରିବା ପାଇଁ କହିଛନ୍ତି। ସୁମନ ହରପ୍ରିୟା ଏପରି ବୟାନ ଦେବା ପରେ ବିଧାନସଭାରେ ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇ ପଡ଼ିଥିଲେ।