ବଢ଼ୁଛି ଗୋମୂତ୍ରର ଚାହିଦା, ଲିଟର ପିଛା ୩୦ଟଙ୍କା! ଜାଣନ୍ତୁ କାହିଁକି

ଜୟପୁର : ଏବେ କେବଳ ଗାଈର କ୍ଷୀର ନୁହେଁ ଗାଈର ମୂତ୍ରକୁ ମଧ୍ୟ ବ୍ୟବହାର କରି ଗୋପାଳକମାନେ ଟଙ୍କା ରୋଜଗାର କରିବାରେ ସଫଳ ହୋଇଛନ୍ତି । ରାଜସ୍ଥାନରେ ଗୋପାଳକମାନେ ଗୋମୂତ୍ରକୁ ବ୍ୟବହାର କରି ଅଧିକ ଟଙ୍କା ରୋଜଗାର କରିବା ଆରମ୍ଭ କରିଛନ୍ତି । ବିଶେଷ କରି ସଂଙ୍କରଜାତୀୟ ଗାଈ ଗିର୍‌ ଏବଂ ଥାର୍‌ପାର୍‌କରର ମୂତ୍ରକୁ ଲିଟର ପିଛା ୧୫-୩୦ ଟଙ୍କାରେ ବିକ୍ରି ହେଉଥିବା ବେଳେ କ୍ଷୀର ଲିଟର ପିଛା ୨୨-୨୫ଟଙ୍କାରେ ବିକ୍ରି କରୁଛନ୍ତି ରାଜସ୍ଥାନର ଗୋପାଳକ । କୈଲେଶ ଗୁଜ୍ଜର ନାମକ ଜଣେ ଗୋପାଳକ ସଂଙ୍କରଜାତୀୟ ଗାଈର ମୂତ୍ରକୁ ଜୈବ କୃଷି(ଅର୍‌ଗାନିକ୍‌ ଫାର୍‌ମିଙ୍ଗ୍‌) କରୁଥିବା କୃଷକମାନଙ୍କୁ ବିକ୍ରି କରୁଥିବା କହିଛନ୍ତି । ତାଙ୍କ କହିବା ଅନୁଯାୟୀ,ଗୋମୂତ୍ରକୁ ବିକ୍ରି କରିବା ପରେ ମୋର ଆୟ ଏବେ ୩୦ପ୍ରତିଶତ ବଢ଼ି ଯାଇଛି । ଗୋମୂତ୍ର ଯେପରି ତଳେ ପଡ଼ି ନଷ୍ଟ ନ ହୋଇ ଯାଏ ସେଥିପାଇଁ ତାଙ୍କୁ ପୂରା ରାତି ଜଗିବାକୁ ପଡ଼େ ବୋଲି କହିଛନ୍ତି ।

Dinamalar

ଜୈବ କୃଷିକୁ ଏବେ ପ୍ରାଧାନ୍ୟ ଦିଆଯାଉଥିବାରୁ ଗାଈର ମୂତ୍ରର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ଜୈବ କୃଷକମାନେ ନିଜ ପନିପରିବାକୁ ପୋକରୁ ରକ୍ଷା କରିବା ପାଇଁ ଗୋମୂତ୍ରକୁ ବ୍ୟବହାର କରୁଛନ୍ତି । ଯାହା ପାଇଁ ଦିନକୁ ଦିନ ଗାଇର କ୍ଷୀର ସହ ମୂତ୍ରର ବିକ୍ରି ମଧ୍ୟ ବଢ଼ିବାରେ ଲାଗିଛି ବୋଲି ସେ କହିଛନ୍ତି । ଏହା ସହ ସରକାରଙ୍କ ଦ୍ୱାରା ଚାଳିତ ମହାରାଣା ପ୍ରତାପ ଏଗ୍ରିକଲ୍‌ଚର ଆଣ୍ଡ ଟେକ୍‌ନୋଲୋଜି ୟୁନିଭର୍‌ସିଟି ନିଜର ଜୈବ କୃଷି ପ୍ରୋଜେକ୍ଟ ପାଇଁ ପ୍ରତି ମାସରେ ୩୦୦-୫୦୦ଲିଟର ଗୋମୂତ୍ର ବ୍ୟବହାର କରୁଥିବା ଜଣାପଡ଼ିଛି । ପ୍ରତି ମାସରେ ୧୫ରୁ ୨୦ହଜାର ଟଙ୍କା ଦେଇ ବିଶ୍ୱବିଦ୍ୟାଳୟ ତରଫରୁ ଗୋମୂତ୍ର କିଣାଯାଉଛି ।

ସମ୍ବନ୍ଧିତ ଖବର