ଶିଶୁର ଯକୃତରେ ଲାଗିଲା ଗାଈର ଶିରା, ଡାକ୍ତର କଲେ ଆଶ୍ଚର୍ଯ୍ୟଜନକ ଅସ୍ତ୍ରୋପଚାର

ଗୁରୁଗ୍ରାମ: ମଣିଷ ଶରୀରରେ ଲାଗିଲା ପଶୁର ଶିରା | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଥା ଏକଦମ ସତ | ହରିୟାଣାର ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଏଭଳି ଏକ ଅସ୍ତ୍ରୋପଚାର କରାଯାଇଛି | ଗୁରୁଗ୍ରାମରେ ଦୁନିଆର ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯାଇଛି, ଯେଉଁଥିରେ ଗାଈର ଶିରାକୁ ବ୍ୟବହାର କରାଯାଇଛି | ମିଳିଥିବା ସୂଚନା ମୁତାବକ ସାଉଦି ଆରବର ଏକ ବର୍ଷକର ଶିଶୁ କ୍ଷେତ୍ରରେ ଏହି ଅସ୍ତ୍ରୋପଚାର କରାଯାଇଛି | ୧୪ ଘଣ୍ଟାର ଲମ୍ବା ଅପରେସନ ପରେ ଏବେ ଶିଶୁ ହୂର ସମ୍ପୂର୍ଣ୍ଣ ସୁସ୍ଥ ଅଛି | ବର୍ଷକର ହୂରର ଶରୀରରେ ଥିବା ଯକୃତରେ ସମସ୍ୟା ଉପୁଜିବା ଯୋଗୁଁ ସାଉଦି ଆରବର ଡାକ୍ତରମାନେ ଶିଶୁଟିର ଚିକିତ୍ସା ପାଇଁ ଭାରତକୁ ପଠାଇଥିଲେ |

Photo-AAJTAK

ଶିଶୁକୁ ଗୁରୁଗ୍ରାମର ଆର୍ଥମିସ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ଏଠାରେ ଶିଶୁର ଯକୃତ ପ୍ରତିରୋପଣ କରାଯାଇଥିଲା | ଶିଶୁର ନୂଆ ଯକୃତ ଯାଏଁ ରକ୍ତ ପହଞ୍ଚାଇବା ପାଇଁ ଶରୀରରେ ଗାଈର ଶିରାକୁ ଲଗାଯାଇଛି | ଅପରେସନ କରିଥିବା ଡାକ୍ତର ଗିରିରାଜ ବୋରା କହିଛନ୍ତି ଯେ ସାଉଦି ଆରବର ଡାକ୍ତରମାନେ ଶିଶୁଟିକୁ ବିଲିଆରି ଏଟରସିଆ ନାମକ ରୋଗ ହୋଇଥିବାର ଜାଣିବାକୁ ପାଇଥିଲେ |

Photo-aajtak

ଏହି ରୋଗ ୧୬ ହଜାର ଶିଶୁଙ୍କ ମଧ୍ୟରୁ ଜଣକ କ୍ଷେତ୍ରରେ ଦେଖିବାକୁ ମିଳିଥାଏ | ଅନ୍ୟପଟେ ଶିଶୁଟିର ଓଜନ ୫.୨ କିଲୋଗ୍ରାମ ଥିଲା | ଏହି ଓଜନ ଥିବା ଶିଶୁଙ୍କ ଯକୃତ ପ୍ରତିରୋପଣ କରିବା ଜଟିଳ ହୋଇଥାଏ | ଏହି ଜଟିଳ ଅପରେସନ ପ୍ରଥମ ଥର ହୋଇଛି ଯେଉଁଠି ଯକୃତ ପର୍ଯ୍ୟନ୍ତ ରକ୍ତ ପହଞ୍ଚାଇବା ପାଇଁ ଗାଈର ଶିରାକୁ ବ୍ୟବହାର କରାଯାଇଛି |

ସମ୍ବନ୍ଧିତ ଖବର