ନୂଆଦିଲ୍ଲୀ: ଭାରତର ଦୃଢ଼ କାର୍ଯ୍ୟାନୁଷ୍ଠାନ ପରେ ଭୟରେ ବିଳିବିଳେଉଛି ପାକିସ୍ତାନ। ଗୋଟାଏ ପରେ ଗୋଟାଏ ଧମକ ଦେଇଚାଲିଛି ଭୀରୁ ଦେଶ।
ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ ଭାରତକୁ ଚେତାବନୀ ଦେଇ କହିଛନ୍ତି ଯେ ଯଦି ଏହା ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ କରେ ଏବଂ ପାଣିକୁ ରୋକିବା କିମ୍ବା ବଦଳାଇବା ପାଇଁ କୌଣସି ଢାଞ୍ଚା ନିର୍ମାଣ କରେ, ତେବେ ଏହାକୁ ତାଙ୍କ ଦେଶ ବିରୋଧରେ ଆକ୍ରମଣ ବୋଲି ବିବେଚନା କରାଯିବ। ତାହାର ପ୍ରତିବାଦରେ ପାକିସ୍ତାନର ସେନା ତା’ର ନିଜସ୍ବ ଶୈଳୀରେ ଜବାବ ଦେବ।
ସେ କହିଛନ୍ତି ଯେ "ସିନ୍ଧୁ ଜଳ ଚୁକ୍ତିନାମା ଉଲ୍ଲଂଘନ କରିବା ସହଜ ନୁହେଁ, ଏହା ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା ସହ ସମାନ। ଆକ୍ରମଣ କେବଳ ତୋପ ଗୁଳି କିମ୍ବା ବନ୍ଧୁକ ଫୁଟାଇବା ଭିତରେ ସୀମିତ ନୁହେଁ। ଏହାର ଅନେକ ରୂପ ଅଛି, ଯାହା ମଧ୍ୟରୁ ଏହା ଗୋଟିଏ। ଏଥିପାଇଁ ଦେଶର ଲୋକମାନେ ଭୋକ କିମ୍ବା ଶୋଷରେ ମରିପାରନ୍ତି।"