ନୂଆଦିଲ୍ଲୀ: କୋୱିନ୍ ପୋର୍ଟାଲରୁ ହଜାର ହଜାର ଭାରତୀୟଙ୍କ ବ୍ୟକ୍ତିଗତ ସୂଚନା ଅନ୍ଲାଇନ୍ରେ ଲିକ୍ ହୋଇଯାଇଛି। ସରକାରଙ୍କ ଏକ ସର୍ଭରରୁ ଲିକ୍ ହୋଇଥିବା ସୂଚନା ମଧ୍ୟରେ ଲୋକଙ୍କ ନାମ, ମୋବାଇଲ୍ ନମ୍ବର, ଠିକଣା, କୋଭିଡ୍ ଟେଷ୍ଟ୍ ରିପୋର୍ଟ ଆଦି ରହିଛି । ଲିକ୍ ହୋଇଥିବା ତଥ୍ୟ ରେଡ୍ ଫୋରମ୍ ୱେବ୍ସାଇଟରେ ବିକ୍ରି ପାଇଁ ସାଇବର୍ ଅପରାଧୀମାନେ ରଖିଛନ୍ତି। ଏଥିରେ ପ୍ରାୟ ୨୦ ହଜାର ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ରହିଥିବା ଜଣାପଡ଼ିଛି। ସାଇବର ନିରାପତ୍ତା ଗବେଷକ ରାଜଶେଖର ରାଜାହରିଆ କହିଛନ୍ତି ଯେ ସାଇବର୍ ଅପରାଧୀମାନେ ଏହି ତଥ୍ୟକୁ ବିକ୍ରି କରିବାକୁ ଚାହୁଥିବାରୁ ଠକେଇ ଉଦ୍ଦେଶ୍ୟରେ ଆସୁଥିବା କଲ୍ଗୁଡ଼ିକ ପ୍ରତି ଲୋକଙ୍କୁ ସତର୍କ ରହିବାକୁ ପଡ଼ିବ। ଡାର୍କ ୱେବ୍ରେ ବିକ୍ରି ହେଉଥିବା ତଥ୍ୟକୁ ବ୍ୟବହାର କରି ସାଇବର ଅପରାଧୀ ଏବଂ ଠକମାନେ ବିଭିନ୍ନ ଜାଲିଆତି କରିବାକୁ ସମର୍ଥ ହୋଇଥାନ୍ତି।
କୋୱିନ୍ ପୋର୍ଟାଲ ତଥ୍ୟ ଅନ୍ଲାଇନ୍ରେ ଲିକ୍: ୨୦ ହଜାର ଭାରତୀୟ ପ୍ରଭାବିତ ହୋଇପାରନ୍ତି
/sambad/media/post_attachments/wp-content/uploads/2021/06/cowin1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)