ଖୁବ ଶୀଘ୍ର ଅନ୍ୟ ଦେଶ ମଧ୍ୟ ବ୍ୟବହାର କରିବେ କୋ-ୱିନ ପୋର୍ଟାଲ

ନୂଆଦିଲ୍ଲୀ: ବିଶ୍ୱ ଦରବାରରେ ବଢୁଛି କୋ-ୱିନ ପୋର୍ଟାଲର ଚାହିଦା । କରୋନା ଟିକାକରଣ ପାଇଁ ଭାରତ ସରକାରଙ୍କ ପକ୍ଷରୁ ବିକଶିତ ହୋଇଥିବା ଏହି ସ୍ୱତନ୍ତ୍ର ପୋର୍ଟାଲ ପ୍ରତି ଆଗ୍ରହ ଦେଖାଇଛନ୍ତି ୫୦ରୁ ଅଧିକ ଦେଶ । ତେଣୁ ଏହି ପୋର୍ଟାଲକୁ ବିଶ୍ୱବ୍ୟାପୀ ଲଂଚ୍ କରାଯିବ । ଆଜି କୋ-ୱିନ ଗ୍ଲୋବାଲ କନକ୍ଲେଭକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଉତ୍ସର୍ଗୀକୃତ ପୋର୍ଟାଲ ଜରିଆରେ କିଭଳି ଟିକାକରଣ ସହଜ ହେଉଛି ଓ ସମସ୍ତ ତଥ୍ୟ ରଖାଯାଇ ପାରୁଛି ସେ ନେଇ ସୂଚନା ଦେବେ ମୋଦୀ ।

ଜାତୀୟ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ- ଏନଏଚଏର ସିଇଓ ଡକ୍ଟର ଆରଏସ ଶର୍ମା କହିଛନ୍ତି ଯେ, ବିଶ୍ୱର ଏକାଧିକ ଦେଶ ଏହି ପୋର୍ଟାଲ ଜରିଆରେ କରୋନା ଟିକାକରଣ କରିବାକୁ ଚାହୁଁଛନ୍ତି । ତେଣୁ ମାଗଣାରେ ଏସବୁ ଦେଶକୁ କୋ-ୱିନ ସଫ୍ଟୱେର ଯୋଗାଇ ଦେବ ଭାରତ । କାନାଡା, ମେକ୍ସିକୋ, ନାଇଜେରିଆ, ପାନାମା, ଉଗାଣ୍ଡା ଭଳି ଦେଶ କୋ-ୱିନ ଡିଜିଟାଲ ପ୍ଲାଟଫର୍ମ ବ୍ୟବହାର କରିବାକୁ ଚାହୁଁଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏହି ପୋର୍ଟାଲ ବ୍ୟବହାର କରିବାକୁ ଚାହୁଁଥିବା ଦେଶଗୁଡିକୁ ମାଗଣାରେ ପୋର୍ଟାଲ ସମ୍ବନ୍ଧୀୟ ତଥ୍ୟ ଯୋଗାଇ ଦିଆଯିବ । ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଏହି ଗ୍ଲୋବାଲ କନକ୍ଲେଭକୁ ଉଦଘାଟନ କରିବେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର