ଅଲ୍ଓ୍ଵାର୍: ପୁଲିସ ଦୃଷ୍ଟିରୁ ଖସିବା ନିମନ୍ତେ ମେଓ୍ଵାତ୍ ଅଞ୍ଚଳରେ ଗୋରୁ ଚୋରା ଚାଲାଣକାରୀମାନେ ଅଭିନବ ପଦ୍ଧତି ଅବଲମ୍ବନ କରୁଛନ୍ତି। ଗୁରୁବାର ଦିନ କିଷନ୍ନଗର ବାସ୍ ନିକଟରେ ବାହାଘର ସାଜସଜା ହୋଇଥିବା ଏକ ସ୍ପୋର୍ଟସ୍ ୟୁଟିଲିଟି ଭେଇକ୍ଲ୍ (ଏସ୍ୟୁଭି) ଓଲଟି ପଡ଼ି ତିନୋଟି ଗାଈ ମରିବା ସହ ଗୋଟିଏ ଆହତ ହେବା ପରେ ଏ ଘଟଣା ଲୋକଲୋଚନକୁ ଆସିଥିଲା।
ପୁଲିସ କହିବା ଅନୁସାରେ ଅଲ୍ଓ୍ଵାର୍ ଜିଲ୍ଲାରୁ ହରିୟାନା ସୀମାନ୍ତକୁ ସଂଯୋଗ କରୁଥିବା ଅଞ୍ଚଳରେ ତୀବ୍ର ପାଟ୍ରୋଲିଙ୍ଗ୍ ଗୋରୁ ଚୋରା ଚାଲାଣକାରୀଙ୍କୁ ସେମାନଙ୍କ ପଦ୍ଧତି ବଦଳାଇବାକୁ ବାଧ୍ୟ କରିଛି।
ଗୋରୁ ବୋହି ନେବାକୁ ପରିବର୍ତ୍ତନ କରା ଯାଇଥିବା ଏସ୍ୟୁଭିଟିକୁ ଫୁଲମାଳ ଏବଂ ଅନ୍ୟାନ୍ୟ ସାମଗ୍ରୀରେ ସଜ୍ଜିତ କରାଯାଇଥିଲା। ଦେଖିଲେ ମନେ ହେବ ଏହା କୌଣସି ବାହାଘର ଶୋଭାଯାତ୍ରାର ଗାଡ଼ି।
କିଷନ୍ନଗର ବାସ୍ ଥାନା ଏସ୍ଏଚ୍ଓ ଚାନ୍ଦ୍ ରାଠୋର୍ କହନ୍ତି: ଆମେ କିଷନ୍ଗଡ଼ ବାସ୍ ଟୋଲ୍ ପ୍ଲାଜା ଠାରେ ଗୋଟାଏ ଏସ୍ୟୁଭି ଓଲଟି ପଡ଼ି ଥିବାର ଖବର ପାଇଲୁ। ପ୍ରାଥମିକ ରିପୋର୍ଟ କହୁଥିଲା ଯେ ଦୁର୍ଘଟନାରେ ୩ ଜଣ ଲୋକ ମରିଛନ୍ତି। କିନ୍ତୁ, ଆମ ଦଳ ଘଟନାସ୍ଥଳରେ ପହଞ୍ଚିଲା ପରେ ଆମେ ଦେଖିଲୁ ତିନିଟି ମୃତ ଗାଈ ଏବଂ ଏସ୍ୟୁଭି ମଧ୍ୟରେ ସାଙ୍ଘାତିକ ଆହତ ଅବସ୍ଥାରେ ଅନ୍ୟ ଗୋଟାଏ ଗାଈ।
ପୁଲିସ କହୁଛି: କୌଣସି ବାହାଘରକୁ ଯିବା ନିମନ୍ତେ ସଜା ହେଲା ପରି ଦିଶୁଥିଲା ଏସ୍ୟୁଭିଟି।
କିଛି ମାସ ତଳେ ଜିପ୍ ଏବଂ ଅନ୍ୟାନ୍ୟ ଗାଡ଼ିରେ ଆଇନ୍ ଏବଂ ବେଆଇନ୍ ଭାବେ ଗାଈ ବୁହା ହେଉଥିଲା। ଏସ୍ୟୁଭି ବ୍ୟବହାର କରାଯାଇ ଗାଈ ଚୋରା ଚାଲାଣ କରାଯିବାରେ ଏହା ହେଉଛି ପ୍ରଥମ ଘଟଣା। ଗାଈମାନଙ୍କୁ ଭର୍ତ୍ତିକ କରିବା ପାଇଁ ସେମାନେ ପଛ ସିଟ୍ ଖୋଲି ଦେଇ ଗାଡ଼ିର ପରିବର୍ତ୍ତନ କରିଛନ୍ତି ବୋଲି ସେ କହନ୍ତି।
କିନ୍ତୁ, ସେ ଗାଡ଼ିର ଚାଳକ ଏବଂ ଦଳର ଅନ୍ୟାନ୍ୟ ଲୋକେ ଘଟନାସ୍ଥଳରୁ ଫେରାର୍ ହୋଇ ଯାଇଛନ୍ତି। ଆମେ ଏସ୍ୟୁଭିଟିକୁ ଜବତ କରି ଆହତ ଗାଈଟିକୁ ନିକଟବର୍ତ୍ତି ଗୋଶାଳାକୁ ନେଇଛୁ ବୋଲି ରାଠୋର୍ କହନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/10/61256493.jpg)