ନୂଆଦିଲ୍ଲୀ : ବର୍ତ୍ତମାନ ମହାରାଷ୍ଟ୍ରର ରାଜ୍ୟପାଳ ଥିବା ଚନ୍ଦ୍ରପୁରମ ପନ୍ନୁସାମି ରାଧାକୃଷ୍ଣନଙ୍କୁ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ( ଏନଡିଏ) ପକ୍ଷରୁ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । 

Advertisment

ଆଜି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ବିଜେପିର ସଂସଦୀୟ ଦଳ ବୈଠକରେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସହମତି ହୋଇଥିଲା । ବୈଠକ ପରେ ଏ ସଂପର୍କରେ ବିଜେପି ସଭାପତି ଜେପି ନଡ୍ଡା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ।

ଶ୍ରୀ ନଡ୍ଡା ଆହୁରି ମଧ୍ୟ କହିଥିଲେ ଯେ ଶ୍ରୀ ରାଧାକୃଷ୍ଣନଙ୍କ ନାମରେ ସବୁ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟି  କରିବାକୁ ଉଦ୍ୟମ କରାଯାଉଛି, ଯେପରିକି ସେ ନିର୍ବିରୋଧ ନିର୍ବାଚିତ ହୋଇପାରିବେ । ଏଥିଲାଗି ବିରୋଧୀ ଦଳ ନେତାମାନଙ୍କ ସହ ସଂପର୍କ କରାଯାଉଛି । ଏନଡିଏ ମେଣ୍ଟ ମଧ୍ଯରେ ଶ୍ରୀ ରାଧାକୃଷ୍ଣନଙ୍କ ନାମକୁ ନେଇ ସହମତି ରହିଥିବା ସେ କହିଥିଲେ । 

ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିବା ଶ୍ରୀ ରାଧାକୃଷ୍ଣନ ଗତ ବର୍ଷ ଜୁଲାଇ ୩୧ ତାରିଖରେ ମହାରାଷ୍ଟ୍ରର ରାଜ୍ୟପାଳଭାବେ ଶପଥ ନେଇଥିଲେ। ତାପୂର୍ବରୁ ସେ ଝାଡ଼ଖଣ୍ଡର ରାଜ୍ୟପାଳ ଥିଲେ । ସେ ୨୦୦୪ରୁ ୨୦୦୭ ପର୍ଯ୍ୟନ୍ତ ତାମିଲନାଡୁ ବିଜେପି ସଭାପତି ଥିଲେ । ବିଜେପିକୁ ଆସିବା ପୂର୍ବରୁ ସେ ଆରଏସଏସର ଜଣେ ପ୍ରଚାରକ ଥିଲେ ।