ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସିପିସିବି ଜାରି କଲା ନିର୍ଦ୍ଦେଶାବଳି

ନୂଆଦିଲ୍ଲୀ : ସୁନା ଓ ରୂପା କିଣିବା ସମୟରେ ହଲମାର୍କ ଚିହ୍ନକୁ ଦେଖିବା ଅନିର୍ବାର୍ଯ୍ୟ ରହିଛି। ହେଲେ ହଲମାର୍କ ପ୍ରକ୍ରିୟା ସମୟରେ ପ୍ରଦୂଷଣ ବ୍ୟାପୁଥିବାରୁ କେନ୍ଦ୍ରୀୟ ପର୍ଯ୍ୟାବରଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଦ୍ବାରା ଓଡିଶା ସମେତ ଦେଶର ୯୨୩ଟି ହଲମାର୍କ କେନ୍ଦ୍ରମାନଙ୍କ ପାଇଁ ନିର୍ଦ୍ଦେଶାବଳି ଜାରି କରିଛି। ଯାହାଦ୍ବାରା ପ୍ରଦୂଷଣକୁ ନିୟନ୍ତ୍ରିତ କରାଯାଇପାରିବ।

ହଲମାର୍କ ପ୍ରକ୍ରିୟା ସମୟରେ ଲେଡ ଅକସାଇଡ ଓ ନାଇଟ୍ରସ ଫ୍ୟୁମ୍ସ ନିର୍ଗତ ହୋଇଥାଏ ଓ ଏହା ବାୟୁ ମଣ୍ଡଳକୁ ବିଷାକ୍ତ କରିଥାଏ। ସିପିସିବି ଦ୍ବାରା ଜାରି କରାଯାଇଥିବା ଗାଇଡଲାଇନ୍ସ ଅନୁସାରେ ହଲମାର୍କ କେନ୍ଦ୍ରମାନଙ୍କର ସ୍କ୍ରବିଂ ସିଷ୍ଟମ୍ ସ୍ଥାପିତ କରିବାକୁ ପଡିବ ଯାହା ସ୍କ୍ରବିଂ ସମୟରେ ନିର୍ଗତ ହେବା ପ୍ରଦୂଷଣକୁ ନିୟନ୍ତ୍ରଣ କରିବ। ଏତଦ୍‌ବ୍ୟତୀତ ହଲମାର୍କ କେନ୍ଦ୍ର ମାନଙ୍କରେ ପିଏଚ ଭେଲ୍ୟୁ ଚେକ୍ କରିବା ଓ ପିଏଚ୍ ମିଟର ଲଗାଇବାକୁ ପଡିବ। ହଲମାର୍କ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରୁଥିବା କର୍ମୀମାନଙ୍କ ପାଇଁ ଫେସ୍ ସିଲଡ, ହେଲମେଟ, ଏସିଡ ଗ୍ଳୋବସ, ଫାଷ୍ଟ ଏଡ୍ ବକ୍ସ ଆଦି ଉପଲବ୍ଧ କରାଇବାକୁ ପଡିବ।

ସମ୍ବନ୍ଧିତ ଖବର