ନୂଆଦିଲ୍ଲୀ: ଚୀନ୍ର ବାଣିଜ୍ୟିକ ବିସ୍ତାରବାଦୀ ନୀତି ତଥା ବିବାଦୀୟ ଚୀନ୍ ପାକିସ୍ତାନ ଆର୍ଥିକ୍ ଅଳିନ୍ଦ(ସିପିଇସି) ପ୍ରକଳ୍ପକୁ ଭାରତ ପ୍ରାରମ୍ଭରୁ ବିରୋଧ କରି ଆସିଛି। ତେବେ ଏ ପ୍ରସଙ୍ଗରେ ରହିଥିବା ମତଭେଦର ସମାଧାନ ପାଇଁ ଭାରତ ସହ କଥା ହେବାକୁ ଚୀନ୍ ପ୍ରସ୍ତୁତ ଅଛି ବୋଲି ଆଜି କହିଛି। ଏ ଦିଗରେ ଭାରତ ସହ ମତଭେଦ ଦୂର ପାଇଁ ଚୀନ୍ ପ୍ରସ୍ତୁତ ରହିଛି ବୋଲି ଚୀନ୍ ବିଦେଶ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁନିଙ୍ଗ୍ କହିଛନ୍ତିି। ଉଭୟ ପକ୍ଷର ଆଲୋଚନା ଏବଂ ପାରସ୍ପରିକ ବୁଝାମଣା ଦ୍ୱାରା ଏହା ଦୁଇ ଦେଶର ଜାତୀୟ ସ୍ୱାର୍ଥରେ କିଭଳି ପ୍ରଭାବ ନପକାଇକ ସେନେଇ ଗୁରୁତ୍ୱ ପ୍ରଦାନ କରାଯିବ। ସିପିଇସି ଏକ ଆର୍ଥିକ ସହଯୋଗ ପ୍ରକଳ୍ପ। ଏହା କୌଣସି ତୃତୀୟ ପକ୍ଷର ହସ୍ତକ୍ଷେପକୁ ମଧ୍ୟ ସ୍ୱାଗତ କରେନା। ତେଣୁ ଏ ପ୍ରସଙ୍ଗରେ ଭାରତ ସହ ଆଲୋଚନା ପାଇଁ ଚୀନ୍ ପ୍ରସ୍ତୁତ ଅଛି ବୋଲି ହୁଆ କହିଛନ୍ତି।
ସିପିଇସି ପ୍ରସଙ୍ଗରେ ଭାରତ ସହ କଥା ହେବାକୁ ଚୀନ୍ ପ୍ରସ୍ତୁତ
/sambad/media/post_attachments/wp-content/uploads/2018/01/china-india-relations_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)