ସିପିଇସି ଜାଲରେ ଇମ୍ରାନ ସରକାର

ଇସ୍‌ଲାମାବାଦ: ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ଯୋଗୁଁ ବିଶାଳ ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ଆଜି ଚୀନ୍‌ ସହ ଏ ବାବଦ ଚୁକ୍ତିକୁ ରାଷ୍ଟ୍ର ପାଇଁ କ୍ଷତିକାରକ ବୋଲି ଦର୍ଶାଇଛି। ସିପିଇସି ଚୀନ୍‌ର ନିର୍ମାଣ ସଂସ୍ଥାଗୁଡ଼ିକୁ କେବଳ ଫାଇଦା ଦେଇଛି ଏବଂ ପାକିସ୍ତାନର ବିଶେଷ ଉନ୍ନତି ସାଧନ କରିନାହିଁ ବୋଲି ସରକାରଙ୍କ ରିପୋର୍ଟରେ କୁହାଯାଇଛି। ସିପିଇସିର କାର୍ଯ୍ୟକାରିତା ଏବଂ ଋଣ ଚୁକ୍ତି ନେଇ ପାକିସ୍ତାନ ପୁନଃ ସମୀକ୍ଷା କରିବ ବୋଲି ଚୀନ୍‌କୁ ଜଣାଇ ଦେଇଛି। ତେବେ ସିପିଇସି କାର୍ଯ୍ୟ ଯଥାରୀତି ଚାଲିବ ବୋଲି ମଧ୍ୟ ପାକିସ୍ତାନ ଦୋହରାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କହିଛନ୍ତି ଯେ ଚୀନ୍‌ ସହ ପାକିସ୍ତାନର ବନ୍ଧୁତା ଅତ୍ୟନ୍ତ ସୁଦୃଢ଼ ଏବଂ ୫ ହଜାର କୋଟି ଡଲାର ବିନିଯୋଗ ହେବାକୁ ଥିବା ସିପିଇସି ଏଥିରେ କୌଣସି ପ୍ରତିବନ୍ଧକ ସୃଷ୍ଟି କରିବ ନାହିଁ ବୋଲି ସେ ଆଶା କରୁଛନ୍ତି।

ସମ୍ବନ୍ଧିତ ଖବର