ଶ୍ରୀନଗର: ଜମ୍ମୁ କଶ୍ମୀରରେ ଦୁଇଟି ପ୍ରମୁଖ ରାଜନୈତିକ ଦଳ ଏନ୍ସି (ନ୍ୟାସନାଲ୍ କନ୍ଫରେନ୍ସ) ଏବଂ ପିଡିପି (ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି) ଯଥାକ୍ରମେ ପଞ୍ଚାୟତ ଓ ପୌର ନିର୍ବାଚନ ବର୍ଜନ ପାଇଁ ଧମକ ଦେବା ପରେ ଏବେ ସିପିଆଇ-ଏମ୍ ମଧ୍ୟ ପଞ୍ଚାୟତ ନିର୍ବାଚନ ବର୍ଜନ କରିବ ବୋଲି କହିଛି। ନିର୍ବାଚନକୁ ଆଧାର କରି ଧାରା ୩୫-କର ଶୁଣାଣିକୁ ଜାନୁଆରି ପର୍ଯ୍ୟନ୍ତ ଘୁଞ୍ଚାଇଦେବା ଏବଂ କେନ୍ଦ୍ର ସରକାର ମଧ୍ୟ ଧାରା ୩୫-କ ନେଇ କିଛି ସ୍ପଷ୍ଟ ନକରିବାରୁ ରାଜନୈତିକ ଦଳ ଗୁଡ଼ିକ ତୀବ୍ର ବିରୋଧ କରିଛନ୍ତି।