ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଉତ୍ତର ପ୍ରଦେଶର ଆମେଥି ଲୋକସଭା ଆସନ ବ୍ୟତୀତ କେରଳର ୱୟନାଡ଼ ଲୋକସଭା ଆସନରେ ମଧ୍ୟ ନିର୍ବାଚନ ଲଢ଼ିବାକୁ ଆଜି ଘୋଷଣା କରିବା ପରେ ସିପିଏମ୍ ଏହାର ଜୋର୍ଦାର ବିରୋଧ କରିଛି। ରାହୁଲ କେରଳରୁ ନିର୍ବାଚନ ଲଢ଼ିବା ନେଇ ଆଜି ଦଳ ପକ୍ଷରୁ ଘୋଷଣା କରାଯିବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି। ବରିଷ୍ଠ ସିପିଏମ୍ ନେତା ସୀତାରାମ ୟେଚୁରୀ ଏବଂ ପ୍ରକାଶ କରାତ କହିଛନ୍ତି ଯେ କଂଗ୍ରେସ କେରଳରେ ଏଲ୍ଡିଏଫ୍କୁ ଚ୍ୟାଲେଂଜ କରୁଥିବାରୁ ଏଲ୍ଡିଏଫ୍ ମଧ୍ୟ ଏହାର ଉଚିତ ଜବାବ ଦେବ। ୱାଇନାଡ଼ରେ ରାହୁଲଙ୍କୁ ହରାଇବାକୁ ସିପିଏମ୍ ସବୁ ଶକ୍ତି ଖଟାଇବ ବୋଲି ସିପିଏମ୍ ନେତାମାନେ ଘୋଷଣା କରିଛନ୍ତି। ରାଜ୍ୟ ଏଲ୍ଡିଏଫ୍ ନେତାମାନେ ମଧ୍ୟ ରାହୁଲଙ୍କ ନିଷ୍ପତ୍ତିକୁ ବିରୋଧ କରି ଏହା କଂଗ୍ରେସ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି କହିଛନ୍ତି। ରାହୁଲ ଗାନ୍ଧୀ କେରଳରେ ସିଧାସଳଖ ବାମପନ୍ଥୀଙ୍କୁ ଚ୍ୟାଲେଂଜ କରିଥିବାରୁ ଏବେ ଆମେ କେରଳରେ ବିଜେପି ଏବଂ କଂଗ୍ରେସକୁ ଗୋଟିଏ ନଜରରେ ଦେଖି ବିରୋଧ କରିବୁ ବୋଲି ସିପିଏମ୍ ନେତା କରାତ କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମଧ୍ୟ ରାହୁଲ ୱାୟନାଡ଼ ଆସନରୁ ଲଢ଼ିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି କହିଛନ୍ତି। ରାହୁଲ ସିଧାସଳଖ ଏଲ୍ଡିଏଫ୍ ବିରୋଧରେ ଲଢ଼ୁଥିବାରୁ ତାଙ୍କୁ କଡ଼ା ବିରୋଧର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ବିଜୟନ କହିଛନ୍ତି।
ସିପିଏମ୍ର ଚେତାବନୀ, ରାହୁଲଙ୍କୁ ହରାଇବୁ
/sambad/media/post_attachments/wp-content/uploads/2019/04/Untitled-13.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)