ପାଟନା: ଜେଡିୟୁରେ କିଛି ଠିକ୍ ଚାଲି ନାହିଁ। ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିକଟତମ କୁହାଯାଉଥିବା କେସି ତ୍ୟାଗୀ ଜେଡିୟୁ ମୁଖପାତ୍ର ପଦ ଛାଡିଛନ୍ତି। ନୀତୀଶ କୁମାର ରାଜୀବ ରଞ୍ଜନଙ୍କୁ ଦଳର ନୂତନ ଜାତୀୟ ମୁଖପାତ୍ର ‌ନିଯୁକ୍ତ କରିଛନ୍ତି। ତାଙ୍କ ଇସ୍ତଫା ପତ୍ରରେ କେସି ତ୍ୟାଗୀ ମୁଖପାତ୍ର ପଦ ଛାଡିବା ପାଇଁ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି।

Advertisment

ସୂଚନାଯୋଗ୍ୟ, ୨୦୨୪ ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଇଣ୍ଡିଆ ଆଲିଆନ୍ସରୁ ଅଲଗା ହେବା ସମୟରେ, କେସି ତ୍ୟାଗୀ ନୀତୀଶ କୁମାରଙ୍କୁ ଜୋରଦାର୍ ସମର୍ଥନ କରିଥିଲେ। କିନ୍ତୁ ଲୋକସଭା ନିର୍ବାଚନ ଫଳାଫଳର ୩ ମାସ ପରେ କେସି ତ୍ୟାଗୀଙ୍କ ଇସ୍ତଫା ଆଶ୍ଚର୍ଯ୍ୟଜନକ ଥିବା ରାଜ୍ୟର ରାଜନୈତିକ ସମୀକ୍ଷକ ମତ ପୋଷଣ କରିଛନ୍ତି।।

କେସି ତ୍ୟାଗୀ ସମାଜବାଦୀ ରାଜନୀତିର ପୃଷ୍ଠଭୂମିରୁ ଆସିଛନ୍ତି। ସେ ପଶ୍ଚିମ ୟୁପିର ନେତା। ନୀତୀଶ କୁମାରଙ୍କ ସହ ତାଙ୍କର ଦୀର୍ଘ ଦିନର ସମ୍ପର୍କ ରହିଛି। ଲୋକସଭା ନିର୍ବାଚନ ପରେ ​​ବିହାରରେ ନୀତୀଶ କୁମାର ଶକ୍ତିଶାଳୀ ହୋଇଛନ୍ତି ଏବଂ କେନ୍ଦ୍ର ସରକାରରେ ଜେଡିୟୁର ପ୍ରମୁଖ ଭୂମିକା ରହିଛି।

 

ଅଧିକ ପଢ଼ନ୍ତୁ: # ମି ଠୁ: ନଗ୍ନ ଫଟୋ ଉଠାଇଥିବା ଅଭିଯୋଗରେ ଫିଲ୍ମଶିଳ୍ପରେ ଝଡ଼

୧୯୭୪ ମସିହାରେ ଚୌଧୁରୀ ଚରଣ ସିଂଙ୍କ ନେତୃତ୍ୱରେ ଲୋକ ଦଳ ପ୍ରତିଷ୍ଠା ହେବା ପରଠାରୁ କେସି ତ୍ୟାଗୀ ସମାଜବାଦୀ ଆଦର୍ଶ ପାର୍ଟି ସଂଗଠନରେ ଉଚ୍ଚ ପଦବୀରେ ରହିଆସିଛନ୍ତି। ୧୯୮୯ରେ ଭିପି ସିଂଙ୍କ ତରଙ୍ଗରେ କେସି ତ୍ୟାଗୀ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ସେହି ଲୋକସଭା ୧୬ମାସ ମଧ୍ୟରେ ବିଲୋପ ହୋଇଯାଇଥିଲା। ଏହା ପରେ କେସି ତ୍ୟାଗୀଙ୍କୁ ତିନି ବର୍ଷ ପାଇଁ ୨୦୧୩ରେ ରାଜ୍ୟସଭାକୁ ପଠାଯାଇଥିଲା।

କମ୍ୟୁନିଷ୍ଟ ପାର୍ଟି ରାଜନୀତିରୁ ସମାଜବାଦି ପାର୍ଟିକୁ ଆସିଥିବା କେସି ତ୍ୟାଗୀ, ୧୯୭୭ରେ ମଧ୍ୟ ନୀତୀଶ କୁମାରଙ୍କ ଉପରେ ବହୁତ ପ୍ରଭାବ ପକାଇଥିଲେ। ତାଙ୍କ ନାମ ୧୯୯୭ରଯୁବ ନେତାଙ୍କ ମଧ୍ୟରେ ଶରଦ ଯାଦବଙ୍କ ସହ ସମାନ୍ତରାଳ ଭାବରେ ସେ ଜଣେ ନେତା ଭାବେ କାର୍ଯ୍ୟ କରୁଥିଲେ। ଜରୁରୀକାଳୀନ ସମୟରେ ସେ ସ୍ୱର ଉତ୍ତୋଳନ କରିଥିଲେ।

ଅଧିକ ପଢ଼ନ୍ତୁ: ପାର୍ବଣଋତୁରେ ବିମାନ ଭଡ଼ା କମିବ! ଇନ୍ଧନ ଦରରେ ବଡ଼ ହ୍ରାସ