ନୂଆଦିଲ୍ଲୀ: ନିର୍ବାଚନ ସମୟରେ କୌଣସି ପ୍ରକାର ପ୍ରଚାରରେ ଶିଶୁଙ୍କୁ ବ୍ୟବହାର କରନ୍ତୁନାହିଁ। ସୋମବାର ନିର୍ବଚାନ କମିସନର ଦେଶର ସମସ୍ତ ରାଜନୈତିକ ଦଳକୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ୨୦୨୪ ସାଧାରଣ ନିର୍ବାଚନ ନିମନ୍ତେ ରାଜନୈତିକ ଦଳଙ୍କ ନିକଟକୁ ପଠାଯାଇଥିବା ପରାମର୍ଶରେ ନିର୍ବାଚନ କମିସନର ଶିଶୁଙ୍କ ନିୟୋଜନ ପ୍ରତି ଶୂନ ସହନଶୀଳତା ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦେଇଛନ୍ତି। ନିକଟରେ ଶିଶୁଙ୍କୁ ଧରି, ଗାଡ଼ିରେ ଶିଶୁଙ୍କୁ ବସାଇ, ଗୀତରେ, ନାଚରେ, କଥାରେ କିମ୍ବା ସାଂକେତିକ ଭାବେ ମଧ୍ୟ ଶିଶୁଙ୍କୁ ପ୍ରଚାର ପାଇଁ ବ୍ୟବହାର କରାଯାଇପାରିବ ନାହିଁ। ତେବେ ନିର୍ବାଚନ ପ୍ରଚାର କରୁନଥିବା ନେତାଙ୍କ ସହ ଫଟୋ ଉଠାଇବା ବେଳେ ଅଭିଭାବକଙ୍କ ସହ ଶିଶୁଙ୍କ ଉପସ୍ଥିତିରେ କୌଣସି ସମସ୍ୟା ନାହିଁ ବୋଲି କମିସନର ରାଜୀବ କୁମାର ସ୍ପଷ୍ଟ କରିଛନ୍ତି।