ବାଣ ବିକ୍ରି ବନ୍ଦକୁ ସାମ୍ପ୍ରଦାୟିକ ରୂପ ଦେବା ଦୁଃଖଦାୟକ

ନୂଆଦିଲ୍ଲୀ : ଦିଲ୍ଲୀରେ ବାଣ ବିକ୍ରି ବନ୍ଦ ପାଇଁ ସୁପ୍ରିମ କୋର୍ଟଙ୍କ ରାୟକୁ ବିଭିନ୍ନ ମହଲରେ କଡ଼ା ସମାଲୋଚନା କରାଯାଇଛି। ତେବେ ପ୍ରଦୂଷଣ ସ୍ତର କମାଇବା ପାଇଁ ବାଣ ବନ୍ଦ ନିଷ୍ପତ୍ତିକୁ ଅଯଥାରେ ରାଜନୀତିକ ଏବଂ ସାମ୍ପ୍ରଦାୟିକ ରୂପ ଦେବା ଦୁଃଖଦାୟକ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତ। ବିଶେଷ କରି ବାଣ ବିକ୍ରି ବନ୍ଦକୁ ‘ହିନ୍ଦୁ ବିରୋଧୀ’ ଆଖ୍ୟା ଦେଇଥିବା ଲୋକଙ୍କ ଉଦ୍ଦେଶ୍ୟରେ ସୁପ୍ରିମ କୋର୍ଟ ଏପରି କହିଛନ୍ତି। ସେହିପରି ଦୀପାବଳି ଦିନ ଦିଲ୍ଲୀରେ ବାଣ ବେପାରୀମାନେ ସୀମିତ ପରିମାଣର ବାଣ ବିକ୍ରି ପାଇଁ କରିଥିବା ଆବେଦନକୁ କୋର୍ଟ ଖାରଜ କରବା ସହ ବାଣ ବିକ୍ରି ସମ୍ପର୍କିତ ରାୟରେ କୌଣସି ପରିବର୍ତ୍ତନ ହେବନାହିଁ ବୋଲି କହିଛନ୍ତି।
ଗତକାଲି ବାଣ ବ୍ୟବସାୟୀମାନେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଆବେଦନର ତତ୍କାଳ ଶୁଣାଣି ପାଇଁ ଅନୁରୋଧ କରିଥିଲେ। ସେମାନଙ୍କ କହିବା କଥା, ସେପ୍ଟେମ୍ବର ୧୨ ତାରିଖ ରାୟ ଆଧାରରେ ସେମାନଙ୍କ ଲାଇସେନ୍ସ କାର୍ଯ୍ୟକ୍ଷମ ହେବାଦ୍ୱାରା ସେମାନେ ବାଣରେ ବିପୁଳ ପରିମାଣରେ ଅର୍ଥ ନିୟୋଜିତ କରିଥିଲେ। କିନ୍ତୁ ସୁପ୍ରିିମ କୋର୍ଟଙ୍କ ଏହି ସଦ୍ୟତମ ରାୟ ଦ୍ୱାରା ସେମାନଙ୍କୁ ବିପୁଳ କ୍ଷତି ସହିବାକୁ ପଡ଼ିବ। ତେବେ ପୂର୍ବ ରାୟରେ ପରିବର୍ତ୍ତନ କରିବେନି ବୋଲି ସୁପ୍ରିମ୍‌କୋର୍ଟ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର